ନାବାଳିକା ଗୃହ ସହାୟିକା ଉପରେ ଅକଥନୀୟ ଅତ୍ୟାଚାର ଅଭିଯୋଗ

Spread the love

ଗୁରୁଗ୍ରାମ: ନାବାଳିକାକୁ ଗୃହ ସହାୟିକା ଭାବେ ନିଯୁକ୍ତ ଦେଇ ନାନା ଶାରୀରିକକ ଓ ମାନସିକ ନିର୍ଯାତନା ଗୃହ ପତି ଓ ତାଙ୍କ ପତ୍ନୀ। ନାବାଳିକାର ଶରୀରେ ଦମ୍ପତିଙ୍କ ଅତ୍ୟାଚାରର ଚିହ୍ନ ଦେଖିବାକୁ ମିଳୁଛି। ଏହି ଅଭିଯୋଗ ପରେ ଏବେ ଥାନାରେ ମାମଲା। ପୁଲିସ ଦମ୍ପତିଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି। ଗୁରୁଗ୍ରାମ ନିୟୁ କଲୋନୀରୁ ଆସିଛି ଏପରି ସମ୍ବେଦନଶୀଳ ଘଟଣା।

ସୂଚନା ଅନୁଯାୟୀ, ଏହି ଦମ୍ପତି ଘରୋଇ କ୍ଷେତ୍ରରେ କାମ କରନ୍ତି। ଘରେ ୩ ବର୍ଷର ଶିଶୁ। ଶିଶୁର ଯତ୍ନ ନେବାକୁ ଏକ ପ୍ଲେସମେଣ୍ଟ ଏଜେନ୍ସି ଜରିଆରେ ଝାଖଣ୍ଡର ୧୩ ବର୍ଷର ନାବାଳିକାକୁ ଚୟନ କରିଥିଲେ।  ନାବାଳିକାଟି ଘରକୁ ଆସିବା ପରେ ସେମାନେ ପିଲାର ଯତ୍ନ ସହ ଅନ୍ୟାନ୍ୟ କାମରେ ତାକୁ ନିୟୋଜିତ କରୁଥିଲେ। କିନ୍ତୁ ସେ ଛୋଟ ଛୁଆଟି ହୋଇଥିବାରୁ ତା ପାଇଁ କଷ୍ଟକର ଓ ଅସମ୍ଭବ ଥିଲା। ଅନେକ କାମରେ ବି ଭୁଲ ଚୁକ କରୁଥିଲା। ଯାହାକୁ ନେଇ ପତି ପତ୍ନୀ ନାବାଳିକାକୁ ମାଡ ମାରିବା ସହ ଖାଇବାକୁ ମଧ୍ୟ ଦେଉ ନ ଥିଲେ। ଏମିତି କି, ହାଡଭଙ୍ଗା ଶୀତରେ ତାକୁ ଘର ବାହାରେ ରାତିରେ ଛାଡିଦେଉଥିଲେ। ଏମିତି କି, ରାଗରେ ତାର ଦେହରେ ଚେଙ୍କ ଦେବା ସହ ଛୁରୀରେ କାଟୁଥିଲେ।

ଭୋକ ଉପାସ ଓ ଦମ୍ପତିଙ୍କ ଅତ୍ୟାଚାରରେ ନାବାଳିକାର ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା ଦେହରେ କଟା ଓ ଚେଙ୍କ ଦାଗ ଦେଖି କେହିଜଣେ ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ପ୍ରଶାସନ ଓ ପୁଲିସର ମିଳିତ ଟିମ୍ ଏହି ପୀଡ଼ିତ ନାବାଳିକାଙ୍କୁ ହସ୍ପିଟାଲରୁ ଉଦ୍ଧାର କରି ଶଖୀ ଆଶ୍ରୟସ୍ଥଳରେ ଛାଡିଛନ୍ତି। ନାବାଳିକାର ତଥ୍ୟ ଆଧାରରେ ପୁଲିସ ସେହି ଦମ୍ପତିଙ୍କୁ ମଧ୍ୟ ଗିରଫ କରିଛି।

Leave a Reply

Your email address will not be published. Required fields are marked *