ବିନା ପ୍ଲାନରେ ଗଢ଼ିଉଠୁଥିବା ସହର କେମିତି ସମସ୍ୟା ସୃଷ୍ଟି କରେ। ତାହା ଉଣା ଅଧିକେ ସମସ୍ତଙ୍କୁ ଜଣା। ମନଇଛା ଘର ତୋଳିଲେ ଲୋକେ। ନା ରାସ୍ତା ଅଛି ନା ଡ୍ରେନ୍। ଏପରିକି ଡ୍ରେନକୁ ଜବରଦଖଲ କରି ଘର କରୁଥିବାରୁ ଜଳବନ୍ଦୀ ସମସ୍ୟାରେ ଘାରି ହେଉଛନ୍ତି ସହରବାସୀ। ଏ ସବୁକୁ ଦୂର କରିବାକୁ ୨୦୧୬ରୁ ଅହମଦାବାଦ ଢାଞ୍ଚାରେ ବିଡିଏ ଆପଣାଇଥିଲା ଟାଉନ ପ୍ଲାନିଂ ସ୍କିମ୍। ଟାର୍ଗେଟ ଥିଲା, ସହର ଉପକଣ୍ଠକୁ ଯୋଜନବଦ୍ଧ ସହର ଭାବେ ଗଢ଼ିବା। ଉପକଣ୍ଠରେ ସହର ଭଳି ଅତ୍ୟାଧୁନିକ ସେବାସୁବିଧା ଖଞ୍ଜିବା। ସବୁ ପ୍ଲଟକୁ ରାସ୍ତା, ଡ୍ରେନ୍, ବିଜୁଳି ଓ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି। ଲୋକଙ୍କ ଜମିର ୪୦ ପ୍ରତିଶତ ନେଇ ୬୦ ପ୍ରତିଶତର ଏକ ସାଇଜିଆ ପ୍ଲଟ୍ ଦେବା। ୮ ବର୍ଷ ଭିତରେ ପାଇକରାପୁର, ସହଜପୁର, ସିଜିପୁଟ, ନାରଗୋଦା, ନୂଆଗାଁ, ବିଜିପୁର, ତମାଣ୍ଡୋ, ଶ୍ୟାସସୁନ୍ଦରପୁର ଆଦିରେ ବିକାଶ କରି ଅଧିକାଂଶ ଜମି ମାଲିକଙ୍କୁ ଜାଗାର ଦଖଲ ଦେଲାଣି। ଟିପି ୫,୬ ଓ ୭ରେ ଯାଉଥିବା ସାମପୁରକୁ ବାଦ୍ ଦେଇ କେବଳ ମଳିପଡ଼ାରେ କରିବାକୁ ନିଷ୍ପତ୍ତି ନେଇଛି। ସାମପୁରର ସେଟଲମେଣ୍ଟ ବିବାଦରୁ ଦୂରେଇ ରହି ଟିପିକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛି ବିଡିଏ। ଅନ୍ଧାରୁଆ-ଦାସପୁର ମୌଜା ଯେହେତୁ ନ୍ୟୁ-ସିଟିର ଏଣ୍ଟ୍ରାନ୍ସ ପଏଣ୍ଟ। ସେଥିଲାଗି ସମାନ୍ତରାଳ ଭାବେ ଟିପି ଓ ନ୍ୟୁ-ସିଟି କାମ ସରିବ। ୪୫ ଖଣ୍ଡ ମୌଜାକୁ ନେଇ ୬୫ କିଲୋମିଟରର ରିଂ ରୋଡ୍ କାମ ହେଉଛି। ଟିପିରେ ଯାଉଥିବା ଜମିର ମୂଲ୍ୟ ଆଶାତୀତ ଭାବେ ବଢ଼ିଯାଉଛି।
ଯେହେତୁ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ପାଇ ପ୍ଲଟ୍ ପାଉଛନ୍ତି ଲୋକେ। ସେଥିଲାଗି ଏହାର ଚାହିଦାକୁ ଦେଖି ନଗର ଉନ୍ନୟନ ମନ୍ତ୍ରୀ ବି କହିଛନ୍ତି, ଟିପି ହିଁ ସହରୀକରଣର ମୁଖଶାଳା ସାଜିବ। ଉପକଣ୍ଠର ବିକାଶ, ରିଂ ରୋଡ୍ ଆଦି ଟିପି ସ୍କିମ୍ ଉପରେ ନିର୍ଭର କରୁଛି। ନା ଏହି ସ୍କିମରେ ଅଛି କ୍ଷତିପୂରଣ ଝାମେଲା ନା ଜମି ଅଧିଗ୍ରହଣର ସମସ୍ୟା। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୂଆ ସହର ନେଇ ଏମଓୟୁ ହୋଇଛି। ଅଧିକରୁ ଅଧିକ ସହରକୁ ଟିପି ସ୍କିମରେ ସାମିଲ୍ କରାଯିବ। ରିଂ ରୋଡ୍ ସହ ରାସ୍ତା ପ୍ରଶସ୍ତିକରଣର ମୂଳ ଆଧାର ସାଜୁଛି ଟିପି। ଯୋଜନାବଦ୍ଧ ସହରର ପରିକଳ୍ପନାକୁ ସାକାର କରୁଛି ଟିପି ସ୍କିମ୍। ଲୋକଙ୍କ ସହମତିରେ ପିପିପି ମୋଡରେ ଜାରି ଥିବା ଏହି ସ୍କିମ୍ ଯେତେ ଶୀଘ୍ର ସରିବ, ସେତେ ଜଲଦି ନୂଆ ରୂପ ପାଇବ ସହର ଉପକଣ୍ଠ। କାରଣ କେନ୍ଦ୍ର ନ୍ୟୁ-ସିଟି ଓ ଟିପି ସ୍କିମ୍ ଲାଗି ଅଜସ୍ର ଅର୍ଥ ଅଜାଡ଼ିଦେଲାଣି।
Naxatra News is now on Whatsapp
Join and get latest news update delivered to you via whatsapp
Join Now