ଭିଜିଲାନ୍ସ ଜାଲରେ ଟାଟାପାଓ୍ୱାର ଇଞ୍ଜିନିୟର ତୁଷାରକାନ୍ତ ରାୟ। ଠିକାଦାରଙ୍କଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଜେଲକୁ ଗଲେ। ଏହା ଛଡ଼ା ତାଙ୍କ ବେଆଇନ ସମ୍ପତ୍ତିକୁ ବି ଖୋଜିଛି ଭିଜିଲାନ୍ସ। ବିଭିନ୍ନ ସ୍ଥାନରେ ରେଡ୍ କରି ଲକ୍ଷ ଲକ୍ଷ ଟଙ୍କା ନଗଦ ଓ ବିପୁଳ ସୁନାଗହଣା, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୧.୮୫କୋଟି ଟଙ୍କାର ଜମାକୁ ଠାବ କରିଛି। ସମ୍ପତ୍ତିର ଉତ୍ସକୁ ନେଇ ଖୋଳତାଡ଼ ଜାରି ରହିଛି। ଠିକାଦାରଙ୍କ ପୁରୁଣା ବିଲ୍ ପାସ୍ ନ କରାଇ ଲାଞ୍ଚ ଉଦ୍ଦେଶ୍ୟରେ ଦୌଡ଼ାଉଥିଲେ ତୁଷାରକାନ୍ତ। କଥା ପଡ଼ିଛି। ହକ୍ କାମ କରି ଟଙ୍କା ମାଗିଲେ ତା ବଦଳରେ ଟଙ୍କା ମାଗୁଛନ୍ତି ଯନ୍ତ୍ରୀ। ସେପଟେ ବେଆଇନ ବିଜୁଳି ସଂଯୋଗ, ବେଆଇନ ବିଦ୍ୟୁତ ଖୁଣ୍ଟ ପୋତିବାକୁ ଅନୁମତି ଦେଇ ଭିଜିଲାନ୍ସ ସ୍କାନରରେ ଏଭଳି ଅନେକ ଯନ୍ତ୍ରୀ ଅଛନ୍ତି। ଟଙ୍କା ଦେଲେ ଏଭଳି ଯନ୍ତ୍ରୀ ଆଖିକାନ ବୁଜି ବିନା ଗ୍ରାଉଣ୍ଡ ଭେରିଫିକେସନରେ ଗ୍ରୀନ ସିଗନାଲ ଦେଇ ଜବରଦଖଲକାରୀଙ୍କୁ ସୁହାଉଛନ୍ତି। ବେଶୀ ଦୂର ନୁହେଁ।ଚନ୍ଦକା ଥାନାରୁ ଅନତିଦୂରରେ ଥିବା ଅଁଳାପାଟଣା ମୌଜାରେ ଏମିତି ଫନ୍ଦିର ଚିତ୍ର ସାମ୍ନାକୁ ଆସିଛି। ଇଡକୋ ଜମିକୁ ଜବରଦଖଲ କରି ରାସ୍ତା ନେଇଛନ୍ତି ଜବରଦଖଲକାରୀ। ଚନ୍ଦକା ଥାନା ଅନ୍ତର୍ଗତ ଅଁଳାପାଟଣା ମୌଜାରେ ପାନ୍ ପ୍ରତିଷ୍ଠାନ ସଂସ୍ଥାକୁ ଦେଇଥିବା ଇଡକୋ ଜମି ଉପରେ ଏମିତି ବଳପୂର୍ବକ ରାସ୍ତା କରିଛନ୍ତି ଜବରଦଖଲକାରୀ। ପାନ୍ ପ୍ରତିଷ୍ଠାନକୁ ୨୦ ଏକର ଜମି ଲିଜ୍ ସୂତ୍ରରେ ଦେଇଛି ଇଡକୋ। କିନ୍ତୁ କିଛି ଜବରଦଖଲକାରୀ ଏହି ଜମି ଉପରେ ନିଜ ପ୍ଲଟକୁ ରାସ୍ତା ନେଇଛନ୍ତି। ଆଉ ସବୁଠୁ ବଡ଼କଥା ହେଲା, ବିଦ୍ୟୁତ୍ ଖୁଣ୍ଟ ବି ପୋତିଛନ୍ତି। କଥା ଉଠୁଛି। ଟିପିସିଓଡିଏଲ ଅଧିକାରୀ ବିନା କାଗଜପତ୍ର ତଦନ୍ତରେ, କାହାର ଜମି, କାହାର ରାସ୍ତା। ଏହାକୁ ନ ଦେଖି କେମିତି ଓ କେଉଁ ଆଧାରରେ ବିଦ୍ୟୁତ୍ ଖୁଣ୍ଟ ଏହି ଜବରଦଖଲ ଜାଗାରେ ନେବାକୁ ଅନୁମତି ଦେଲେ। ଚନ୍ଦକା ଥାନାରେ ଏ ନେଇ ଏତଲା ବି ହୋଇଛି। ନକ୍ସା ଅଲଗା କଥା କହୁଛି। ଯେଉଁ ଜାଗାରେ ରାସ୍ତା ଅଛି ଓ ରେଭିନ୍ୟୁ ରେକର୍ଡରେ ଦେଖାଉଛି। ତାକୁ ଛାଡ଼ି କିନ୍ତୁ ଗ୍ରାଉଣ୍ଡରେ ଦେଖିଲା ବେଳକୁ ପାନ୍ ପ୍ରତିଷ୍ଠାନ ଜାଗା ଉପରେ ବଳପୂର୍ବକ ରାସ୍ତା ନେଇଛନ୍ତି ଜବରଦଖଲକାରୀ। ଚନ୍ଦକା ପୁଲିସ ବି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏତଲା ପରେ ବାସ୍ତବରେ କାହା ଜାଗାରେ ଏହି ରାସ୍ତା ଯାଇଛି। ଇଡକୋ ଜମି ଉପରେ କେମିତି ଜଣେ ଘରୋଇ ବ୍ୟକ୍ତି ରାସ୍ତା ନେଲେ, ତାହାର ଛାନଭିନ୍ ବି କରିଛି ଚନ୍ଦକା ପୁଲିସ। ଏହାର ତଦନ୍ତ ଜାରି ଭିତରେ ରାତାରାତି ପୋଲ୍ ଖୁଣ୍ଟି ପୋତିଦେଇ ନିଜର ଅସ୍ତିତ୍ୱ ଜାହିର କରିବାକୁ ଅପପ୍ରୟାସ କରିଛନ୍ତି ଜବରଦଖଲକାରୀ। ଏ ହେଉଛି ପାନ୍ ପ୍ରତିଷ୍ଠାନର ଇଡକୋ ସହ ଲିଜ୍ ଡିଡ୍। ଜୁନ୍ ୨୦୯୬ ଯାଏ ଲିଜରେ ୪ଟି ପ୍ଲଟରେ ୨୦ ଏକର ପରିମିତ ଜାଗାକୁ ଆଲଟ୍ କରିଛି ଇଡକୋ। ଏହି ପ୍ଲଟରେ ଏଜୁକେସନାଲ ଓ ଟେକ୍ନିକାଲ ଇନଷ୍ଟିଚ୍ୟୁସନ ଲାଗି ସ୍ଥାନ ନିରୂପଣ ହୋଇଛି। କେଉଁ ପ୍ଲଟ ଲିଜଧାରୀଙ୍କୁ ଦିଆଯାଇଛି, ତାହା ବି ସ୍ପଷ୍ଟ ହୋଇଛି ନକ୍ସାରେ। କିନ୍ତୁ ପ୍ରସ୍ତାବିତ ରେଭିନ୍ୟୁ ରୋଡ୍କୁ ଛାଡ଼ି ଲିଜଧାରୀଙ୍କ ଇଡକୋ ଜମି ଉପରେ ପ୍ରାୟ ୨୦ଫୁଟିଆ ରାସ୍ତା ଟାଣିସାରି ସେଠାରେ ମାଟି ଓ କଂକ୍ରିଟ ପକାଇ ବେଆଇନ ଭାବେ ନିଜ ପ୍ଲଟକୁ ରାସ୍ତା ନେବାକୁ ବସିଲେଣି ଜବରଦଖଲକାରୀ। କଥା ପଡ଼ିଛି, କାଗଜପତ୍ର କହୁଛି କଅଣ। ଆଉ ଗ୍ରାଉଣ୍ଡରେ ଚାଲିଛି କଅଣ। ଟପିସିଓଡିଏଲ ଯନ୍ତ୍ରୀଙ୍କ ଭୂମିକା ବି ସନ୍ଦେହଜନକ। କେଉଁ ବଳରେ ସଂପୃକ୍ତ ରାସ୍ତା ଦେଇ ବିଦ୍ୟୁତ୍ ଖୁଣ୍ଟ ବିଛାଇବା ଓ ପୋତିବାକୁ ନେଇ ଅନୁମତି ଦେଲା ଟିପିସିଓଡିଏଲ। ଏ ତମାମ କଥାର ତଦନ୍ତ କରି ସତ ପଦାକୁ ଆସିବା ଜରୁରୀ। ତୁଷାରକାନ୍ତଙ୍କ ଭଳି ଟିପିସିଓଡିଏଲରେ ଏମିତି କେହି ଲାଞ୍ଚୁଆ ଅଫିସର ନାହାନ୍ତି ତ। ଯିଏ ଟଙ୍କା ମୋହରେ କିଛି ନ ବୁଝି କିଛି ନ ଦେଖି ଜବରଦଖଲକାରୀଙ୍କ ସହ ହାତ ମିଳାଇଛନ୍ତି। ଏହାକୁ ନେଇ ଏବେ ଚନ୍ଦକା ଓ ବାରଙ୍ଗ ଡିଭିଜନରେ ବେଶ୍ ଚର୍ଚ୍ଚା।
Naxatra News is now on Whatsapp
Join and get latest news update delivered to you via whatsapp
Join Now