ଟ୍ରେନ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ

Spread the love

ନୂଆଦିଲ୍ଲୀ: ବିମାନରେ ପରିସ୍ରା ଘଟଣା ଥମି ନ ଥିବା ବେଳେ ଏବେ ଟ୍ରେନରେ ପରିସ୍ରା ମାମଲା ସାମ୍ନାକୁ ଆସିଛି। ତେବେ କୌଣସି ସହଯାତ୍ରୀ ନୁହଁନ୍ତି, ଟିଟିଇ ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡ ଉପରେ କରିଛନ୍ତି ପରିସ୍ରା। ଏହା ଜଣାପଡିବା ପରେ ଉକ୍ତ ଟିଟିଇଙ୍କୁ ଗିରଫ କରାଯାଇଛି। ମାମଲାକୁ ଗୁରୁତର ସହ ନେଇ ରେଳବାଇ ଟିଟିଇଙ୍କୁ ଚାକିରିରୁ ବହିଷ୍କାର କରିଛି।

ଅମୃତସରରୁ କୋଲକାତା ଯାଉଥିବା ଅକାଳ ତତ୍ଖ ଏକ୍ସପ୍ରେସରେ ରବିବାର  ଦିନ ଏପରି ଅଭାବନୀୟ ଘଟଣା ଘଟିଛି। ଜଣେ ଯାତ୍ରୀ ଏହି ଏକ୍ସପ୍ରେସର ଏ-୧ ବଗିରେ ଯାତ୍ରାକରୁଥିଲେ । ରାତି ପ୍ରାୟ ୧୨ଟାରେ ବିହାର ବାସିନ୍ଦା ଟିଟିଇ ମୁନ୍ନା କୁମାର ମହିଳାଙ୍କ ମୁଣ୍ଡରେ ପରିସ୍ରା କରି ଦେଇଥିବା ଅଭିଯୋଗ କରିଛନ୍ତି ଯାତ୍ରୀ।

ଅଭିଯୋଗ ମୁତାବକ, ଟିଟିଇ ମୁନ୍ନା କୁମାର ସେହି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ତେବେ ସେ ସେହିଦିନ ଛୁଟିରେ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଅଭିଯୋଗ ହେବାରୁ ଲକ୍ଷ୍ନୌ ଜିଆରପି  ମୁନ୍ନା କୁମାରକୁ ଗିରଫ କରିଛି। ଏହି ମାମଲାକୁ ଗମ୍ଭୀରତା ସହ ନେଇଛି ରେଳବାଇ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ଟିଟିଇଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏସମ୍ପର୍କରେ ରେଳମନ୍ତ୍ରୀ ଏକ ଟ୍ବିଟ କରିଛନ୍ତି।

ତେବେ ଯାତ୍ରା କାଳରେ ପରିସ୍ରା ପରି ଏକାଧିକ ମାମଲା ପୂର୍ବରୁ ଆସିଛି। ହେଲେ ସେ ସବୁ ବିମାନରେ ଘଟିଥିଲା। ଗତବର୍ଷ ଡିସେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ  ମହିଳାଙ୍କ ଉପରେ ସହଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା। ଚଳିତ ମାସରେ ମଧ୍ୟ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାନ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ସହଯାତ୍ରୀ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *