କୋରେଇ : ଗତ କାଲି ରାତିରେ ଗୋ-ଚମଡ଼ା ଓ ହାଡ଼ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଏକ ୪୦୭ ଗାଡ଼ି (ଡ଼ବ୍ଲ୍ୟୁ ବି୧୧ଡି୪୮୩୮)କୁ ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ନିକଟରେ ସ୍ଥାନୀୟ ଲୋକେ ନିଆଁ ଲଗାଇ ଦେବା ପରେ ପାଣିକୋଇଲି ପୁଲିସ ୪୦୭ର ଚାଳକ ସମେତ ତିନି ଜଣ ବେପାରୀକୁ ଥାନାରେ ଅଟକ ରଖିଥିଲା । ଅଟକ ବେପାରୀ ମାନେ ହେଲେ ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ରାଜେଶ ସାହା(୧୬) ହାସ ତୁମ(୨୭) ଜୟ ଲାଲ ସାହା(୪୦) ଓ ବାବା ଆଲମ(୩୫)ସେକ ମୁଜାମିଲ(୫୦) । ପାଣିକୋଇଲି ପୁଲିସ ଏ ନେଇ ଏକ ମାମଲା ୧୮୫ ରୁଜୁ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ନିଆଁ ଲଗାଇବା ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ଏକ ମାମଲା ୧୮୪ ରଜୁ କରି କୋରାଇ ଥାନା ମୃତ୍ୟୁଞ୍ଜୟପୁର ମଣିବାଗ ଅଞ୍ଚଳର ଗଙ୍ଗାଧର ମଲ୍ଲିକ, ବୁଲା ମାଝୀ, ସୁବ୍ରତ ବେହେରା, ଅମର ବେହେରା, ବିଶ୍ୱନାଥ ରଣା, ସୁଶାନ୍ତ ରଣା ଓ ଶ୍ରୀଧର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now