ଉମେଶ ପାଳ ହତ୍ୟା: ଅନ୍ୟ ଏକ ସିସିଟିଭି ଫୁଟେଜରେ ଅତିକର ପୁଅ

Spread the love

ଲକ୍ଷ୍ନୌ: ଉମେଶ ପାଳ ହତ୍ୟା ମାମଲାର ଆଉ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ଶେଷ ଯାଏଁ ଆଖି ବୁଜା ଗୁଳିମାଡ କରୁଥିବା ଦେଖିବାକୁ ମିଳିଛି। ଏବେ ପୁଲିସ ସନ୍ଦେହ କରୁଛି କି, ଏହି ବ୍ୟକ୍ତି ଅତିକ ଅହମଦର ପୁଅ ଅସଦ। ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି କି, ଆଉଜଣେ ବ୍ୟକ୍ତି ବୋମା ଫୋପାଡୁଛି। ବୋମା ଫିଙ୍ଗିବା ପରେ ପୁରା ଅଞ୍ଚଳରେ ଧୂଆଁ ଖେଳିଯାଇଥିବା ଦେଖିବାକୁ ମିଳିଥିଲା। ଅହମଦର ପୁଅ ଅସଦ ଏବେ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜୁଛି।

ଫେବୃଆରୀ ୨୪ରେ ପ୍ରୟାଗରାଜରେ ଉମେଶ ପାଳଙ୍କ ହତ୍ୟା କରାଯାଇଥିଲା। ସେହି ସମୟର ଏହି ନୂଆ ଭିଡିଓରେ ଦେଖିବାକୁ ମିଳୁଛି କି,  ଉମେଶ ପାଳ ଗାଡିରୁ ବାହାରିବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ସେ ପ୍ରାଣ ବିକଳରେ ସେଠାରୁ ଧାଉଁଥିବା ମଧ୍ୟ ଦେଖିବାକୁ ମିଳିଛି ଭିଡିଓରେ।

ଭିଡିଓ ଫୁଟେଜକୁ ଦେଖି ଲୋକେ ଅତିକଙ୍କ ପୁଅ ଭାବେ ଚିହ୍ନଟ କରିଛନ୍ତି। କିନ୍ତୁ ଏହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ପକ୍ଷରୁ କୌଣସି ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ ଭିଡିଓରେ ଦେଖା ଯାଉଛି, ଜଣେ ବ୍ୟକ୍ତି ଗୁଳି ଚଳାଉଛି ଓ ଜଣେ ପୁଲିସ କର୍ମୀ ଗଳିରେ ଦୌଡୁଛି। ସେହି ସମୟରେ ଗୁଡ୍ଡୁ ମୁସ୍ଲିମ ଏକ ବମ ପକାଉଛି।

ସୂଚନାଯୋଗ୍ୟ, ବସପା ବିଧାୟକ ରାଜୁ ପାଳ ହତ୍ୟା ଘଟଣାରେ ଉମେଶ ପାଳ ରାଜସାକ୍ଷୀ ହୋଇଥିଲେ। ଏହି ମାମଲାରେ ପୂର୍ବତନ ବିଧାୟକ ଅତିକ ଅହମଦ ଏବେ ଜେଲରେ। ହେଲେ ଅତିକ ଜେଲରୁ ଥାଇ ଉମେଶଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସେପଟେ ଉମେଶ ହତ୍ୟା ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଦେଇଛି।

Leave a Reply

Your email address will not be published. Required fields are marked *