ଜେଲ୍ ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

Spread the love

ଭୁବନେଶ୍ୱର : ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାର ପରିସରରେ ଜଣେ ବିଚାରାଧୀନ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି । ମୃତକ ହେଲେ ବେଲଗୁଣ୍ଠା ଥାନା ତନରଡା ଗ୍ରାମର ଚରଣ ବେହେରା (୪୦) ।

ସୂଚନା ଅନୁଯାୟୀ, ଚରଣଙ୍କୁ ବେଲଗୁଣ୍ଠା ପୁଲିସ ଚାରି ଦିନ ତଳେ ଚୋରି ସଂକ୍ରାନ୍ତୀୟ ଏକ ମାମଲାରେ ଗିରଫ କରି ଭଞ୍ଜନଗର ଜେଲକୁ ପଠାଇଥିଲା । ଗତକାଲି ସକାଳେ ଚରଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜେଲ କର୍ତୃପକ୍ଷ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅପରପକ୍ଷରେ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ଚରଣଙ୍କୁ ଜେଲରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *