ବାରାଣସୀ ଗ୍ୟାଙ୍ଗରେପ୍- ଟଙ୍କା ନେଇ ଡିଲ୍ କରୁଛନ୍ତି ପୀଡ଼ିତା!

ବହୁ ଚର୍ଚ୍ଚିତ ବାରାଣସୀ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ସଙ୍ଗୀନ ଆରୋପ ଆସିଛି। ଏତଲାରେ ୧୨ ଜଣଙ୍କ ନାଁ ଲେଖାଯାଇଥିଲା। କିନ୍ତୁ ସଂପୃକ୍ତ ପୀଡ଼ିତା ଟଙ୍କା ନେଇ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କଲେନି। ସେମାନେ ସଂପୃକ୍ତ ନାହାନ୍ତି ବୋଲି ବୟାନ ଦେଲେ। ବାକି ଅଭିଯୁକ୍ତଙ୍କଠୁ ବି ସମାନ ଢଙ୍ଗରେ ଟଙ୍କା ଅସୁଲି ଲାଗି ପ୍ରୟାସ ହେଉଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଟଙ୍କା ମାଗିବାର ପ୍ରମାଣ ପୁଲିସ ପାଖରେ ଦେଇଛନ୍ତି। ଅପହରଣ କରି ବନ୍ଧକ ରଖିବା, ନିଶା ଦେଇ ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ପୀଡ଼ିତା। ମୋଟ୍ ୨୩ ଜଣ ଏଭଳି କୁକର୍ମ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଭଳି ଅତ୍ୟନ୍ତ ସମ୍ୱେଦଶୀଳ ମାମଲାରେ ବାରାଣସୀ ପୁଲିସ କମିଶନର ପ୍ରେସ କନଫରେନ୍ସରେ ଏହି ଘଟଣାରେ ଏସଆଇଟି ଯାଞ୍ଚ କରିବ ବୋଲି କହିଛନ୍ତି। ଡିସିପି କ୍ରାଇମ୍ ଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ମାସକ ଭିତରେ ରିପୋର୍ଟ ଦେବେ। ଅଭିଯୁକ୍ତମାନଙ୍କ ପରିବାର ପୁଲିସ କମିଶନରଙ୍କୁ ଭେଟି ଏ କଥା ଜଣାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୁଲିସ କମିଶନରଙ୍କୁ ପରିଜନ କିଛି ଭିଡ଼ିଓ ଓ ଇନଷ୍ଟାଗ୍ରାମ ଚାଟ୍ ସ୍କ୍ରିନସଟ୍ ଦେଇଛନ୍ତି। ତଦନ୍ତରେ ପୀଡ଼ିତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ, ଘଟଣା ସମୟରେ ତାଙ୍କର ଗତିବିଧି ଓ ଏତଲାରେ ଦର୍ଶାଯାଇଥିବା ଅଭିଯୁକ୍ତଙ୍କ ସଂଖ୍ୟାରେ ଅନ୍ତରକୁ ଦେଖି ଅନେକ ସନ୍ଦେହ ଉପୁଜିଛି। ପୁଲିସ କମିଶନର ମୋହିତ ଅଗ୍ରଓ୍ୱାଲ କହିଛନ୍ତି, ଏସବୁ ବିନ୍ଦୁ ଉପରେ ବି ତଦନ୍ତ ଜରୁରୀ। ଏଭଳି ସ୍ପର୍ଶକାତର ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଆଡ଼ୁ ସଂଜ୍ଞାନ ନେବା ପରେ ପୁଲିସ ପୁରା ସକ୍ରିୟ ହୋଇଉଠିଥିଲା। ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ଭିତରେ ସଂପୃକ୍ତ ପୀଡ଼ିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ପୋଷ୍ଟ କରିଛନ୍ତି। ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି. ଏହି ସମୟ ଭିତରେ ଯୁବତୀଜଣକ ଏମିତି ଜାଗାରେ ଥିଲେ। ଯେଉଁଠି ସେ ଚାହିଁଥିଲେ ପୁଲିସର ସାହାଯ୍ୟ ନେଇପାରିଥାଆନ୍ତେ। କିନ୍ତୁ ଯୁବତୀ ଜଣକ କାହିଁକି ଏମିତି କଲେନି। ଏହି ସମୟ ଭିତରେ ତାଙ୍କୁ ନିଶା ଦେଇ ବିଭିନ୍ନ ଜାଗାକୁ ନେଇ ଗଣଦୁଷ୍କର୍ମ କରାଯାଇଥିଲା। ତା ହେଲେ ତାଙ୍କ ଇନଷ୍ଟାଗ୍ରାମରେ କିଏ ଫଟୋ ପୋଷ୍ଟ କରିଥିଲା। ୧୨ ଅଭିଯୁକ୍ତ ଓ ୧୩ ଅଜ୍ଞାତ ଅଭିଯୁକ୍ତ ମୋଟ୍ ୨୩ଜଣଙ୍କ ନାଁରେ ମକଦ୍ଦମା ହୋଇଥିଲା। କିନ୍ତୁ ଯୁବତୀ ଜଣକ କୋର୍ଟରେ କେବଳ ୯ଜଣଙ୍କ ନାଁ କାହିଁକି ନେଲେ। ଏସବୁର କୁହେଳିକା ଉପରୁ ପୁଲିସ ପରଦା ଉଠାଇବା ଜରୁରୀ ହୋଇପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *