କାଶୀ ବାରାଣସୀରେ ଗୁଣଦୁଷ୍କର୍ମ ଘଟଣା ଚାରିଆଡ଼େ ହଇଚଇ ଖେଳାଇଦେଇଥିଲା। ଏଥିରେ ସଂପୃକ୍ତ ଗିରଫ ଅଭିଯୁକ୍ତ ୧୨ ଜଣଙ୍କ ମୋବାଇଲରେ ୫୪୬ ଝିଅଙ୍କ ଅଶ୍ଳୀଳ ଭିଡ଼ିଓ ମିଳିଛି। ଯେଉଁ ସବୁ ନମ୍ୱରରେ ଭିଡ଼ିଓ ସେୟାର ହୋଇଥିଲା, ସେ ସବୁର ଲୋକେସନ ଠାବ କରିବାକୁ ତନାଘନା ଜାରି ରଖିଛି ପୁଲିସ। ଏହାର ଲୋକେସନ ୬ ରାଜ୍ୟରେ ମିଳିଛି। ବାରାଣସୀର ପାଣ୍ଡେପୁରର ଜଣେ ଯୁବତୀଙ୍କୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ଯାଏଁ ଗଣଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ୭ଟି ଟିମ୍ ଗଠନ କରିଥିଲା। ଆଉ ବାକି ୧୧ ଜଣ ଅଜ୍ଞାତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଛାନଭିନ୍ କରୁଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now