କନିଷ୍ଠ ଯନ୍ତ୍ରୀଙ୍କ ଘର ଓ଼ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢଉ

Spread the love

ଭବାନୀପାଟଣା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେନେରାଲ ପବ୍ଲିକ ହେଲଥ ସେକ୍ସନର କନିଷ୍ଠ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘର ଓ଼ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଚଢଉ କରିଛି ଭିଜିଲାନ୍ସ। ଓଡିଶା ଭିଜିଲାନ୍ସ ଦ୍ଵାରା ଜଣେ ଅତିରିକ୍ତ ଏସ.ପି. ତିନି ଜଣ ଡିଏସପି ଚାରି ଜଣ ଇନ୍ସ୍ପେକଟର୍ସ ଓ଼ ଷ୍ଟାଫ ସହ ସର୍ଚ୍ଚ ୱାରରାଣ୍ଟସ ସ୍ପେସିଆଲ ଜଜ କଳାହାଣ୍ଡିଙ୍କ ଅନୁସାରେ କିଶୋରଙ୍କ ବାସସ୍ଥାନ ଭବାନୀପାଟଣା ମନ୍ଦାରବଗିଚାପଡା ପଈତୃକ ଘର ବଲବସ ପୁର ନର୍ଲା ବ୍ଲକରେ ଭିଜିଲାନ୍ସ ଚଢଉ କରି ତଦନ୍ତ ଚାଲୁ ରଖିଥିବା ପ୍ରକାଶ। ତାଙ୍କ ଠାରୁ ଏକ ବିଲଡିଙ୍ଗ ୧୦.୫୦୦ ସ୍କୋୟାର ଫୁଟ ଯାହାର ମୂଲ୍ୟ ୧.୧୦ କୋଟି, ୨ଟି ପ୍ଲଟ, ବ୍ୟାଙ୍କ ଇନ୍ସୁରାନ୍ସ ୧.୦୩ କୋଟି, ନଗଦ ୨.୬୫ ଲକ୍ଷ ଟଙ୍କା, ସୁନା ୨୩୫ ଗ୍ରାମ ସହ ଅନ୍ୟାନ୍ୟ କଳା କାରନାମା ସମ୍ପତ୍ତି ଜଡିତ ଥିବା ସୁରାକ ପାଇଥିବା ଭିଜିଲାନ୍ସ ପକ୍ଷରୁ ପ୍ରକାଶ। ଦୁଇଟି ପ୍ଲଟର ନମ୍ବର -୪୧୭/୭୩୨୨. ଖାତା ନମ୍ବର -୧୮୯/୪୭୯୮ ଏରିଆ -୦.୧୦ ଡିସମିଲ ଥିବା ବେଳେ ଦୁଇ ଚକିଆ ଗାଡି ଦୁଇଟିକୁ ମଧ୍ୟ ଠାବ କରିଛି ଭିଜିଲାନ୍ସ ଏବଂ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *