ତନ୍ତ୍ରପୂଜା ପାଇଁ କବର ଖୋଳିବା ବେଳେ ଧରିଲେ ଗ୍ରାମବାସୀ…

Spread the love

ବାଲେଶ୍ୱର: ଆଧୁନିକ ଯୁଗରେ ତନ୍ତ୍ରପାଠ। ହେଲେ ଆଜି ମଧ୍ୟ ଆମ ଗ୍ରାମାଞ୍ଚଳରେ ଏହା ନିଜ ଅସ୍ତିତ୍ବ ବଜାୟ ରଖିଛି। ନିକଟରେ ତନ୍ତ୍ର ପୂଜା ପାଇଁ କବରରୁ ମୃତ ଶରୀର ଖୋଳୁଥିବା ଦୁଇ ଜଣକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ରବିବାର ଦିନ ଗୋପାଳପୁର ଥାନା ଅଧୀନ ଅରୁହାବାଦ ଗ୍ରାମରେ ତାନ୍ତ୍ରିକ ପରାମର୍ଶ କ୍ରମେ ଦୁଇଜଣ ଯୁବକ ମିଶି ସେହି ଗ୍ରାମର ଶ୍ମଶାନ ଖୋଳୁଥିବାବେଳେ ଧରିନେଇଛନ୍ତି ଗ୍ରାମବାସୀ  ।

ପୋଲିସ ସୂଚନା ଅନୁସାରେ  ଜଣେ ବ୍ୟକ୍ତି ତାଙ୍କ ଝିଅର ଦେହ ଅସୁସ୍ଥତା କାରଣରୁ ଜଣେ ତାନ୍ତ୍ରିକ ପାଖକୁ ନେଇଥିଲେ । ତାନ୍ତ୍ରିକ ଜଣକ ତାଙ୍କୁ ମନ୍ଦ ଆତ୍ମାରୁ ମୁକ୍ତି ପାଇଁ ମାନବ ଖପୁରୀ ଆବଶ୍ୟକ ବୋଲି କହିଥିଲେ । ତାନ୍ତ୍ରିକ କହିବା ପରେ  ବ୍ୟକ୍ତି ଜଣକ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇଥିଲେ। 11 ଦିନ ପୂର୍ବରୁ ଗ୍ରାମର ଜଣେ ବ୍ୟକ୍ତିକୁ କବର ଦିଆଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେମାନେ ଶନିବାର ରାତିରେ ସେଠାରେ ପହଞ୍ଚି କବର ସ୍ଥାନ ଖୋଳିବା ଆରମ୍ଭ କରିଥିଲେ। କିନ୍ତୁ ସେଠାରେ ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣାକୁ ନେଇ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *