କାହିଁକି ଗୁଳି କଲେ ଗୋପାଳ ଦାସ?

Spread the love

() ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ। ଗୁଳିମାଡ କରିଥବା ପୋଲିସ ଏଏସଆଇ ହେଉଛନ୍ତି ଗୋପାଳକୃଷ୍ଣ ଦାସ। ତେବେ ଏଏସଆଇ ଝାରସୁଗୁଡ଼ା ଜିଲ୍ଲାରେ ଦୀର୍ଘ ୧୨ବର୍ଷ ଧରି ବିଭିନ୍ନ ପୋଲିସ ଷ୍ଟେସନରେ କାର୍ଯ୍ୟ କରିଆସୁଛନ୍ତି। ପ୍ରଥମେ କନଷ୍ଟେବଲ ଭାବେ ନିୟୋଜିତ ହୋଇଥିବା ଗୋପାଳ ପରବର୍ତ୍ତୀ ସମୟରେ ପଦନ୍ନୋତି ପାଇ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୨ବର୍ଷ ହେବ ଗୋପାଳ ଗାନ୍ଧୀଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ।

ତେବେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରହିଥିଲା। ନବ ଦାସ ବ୍ରଜରାଜନଗର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଏହି ସମୟରେ ଗାନ୍ଧୀଛକ ଅଞ୍ଚଳରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ତାକୁ ନିୟୋଜିତ କରାଯାଇଥିଲା। ତେବେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଗାଡ଼ି ଅଟକା ଯାଇଥିଲା । ଏହି ସମୟରେ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳିଚାଳନା କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ସେ ବର୍ଦ୍ଦିରେ ଥିବାରୁ ତାଙ୍କୁ କେହି ସନ୍ଦେହ କରିନଥିଲେ, ଏହାର ଫାଇଦା ଉଠାଇ ସେ ଗୁଳି ଚାଳନା କରିଥିଲେ। ଯେଉଁଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତର ହୋଇଛନ୍ତି। ତେବେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସକୁ କାବୁ କରିବା ସମୟରେ ଆଉ ଦୁଇଟି ଗୁଳି ବ୍ଲାଙ୍କ ଫାୟରିଂ ହୋଇଥିବା ସୂଚନା।

ଅନ୍ୟପଟେ ଗୁଳିମାଡ କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି ଯେ, ସେ ଜଣେ ମାନସିକ ରୋଗୀ । ଦୀର୍ଘ ବର୍ଷ ଧରି ଚିକିତ୍ସିତ ହେବା ସହ ମେଡିସିନ ଖାଉଛନ୍ତି । ସେପଟେ ଏସଡିପିଓ କହିଛନ୍ତି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *