ପତ୍ନୀଙ୍କ ଓ୍ୱାଟସଆପ୍‌ ଚାଟ୍- ଝିଅ ସହ ଟ୍ରେନ୍ ଆଗକୁ ଡେଇଁ ସୁଇସାଇଡ୍ କଲେ ବାପା

କୌଣସି ବ୍ୟକ୍ତି ସହ ପତ୍ନୀଙ୍କ ଓ୍ୱାଟସଅପ ଚାଟ୍ କରିବା, ଶ୍ୱଶୁର ଘର ପକ୍ଷରୁ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ନିଜ ଝିଅ ସହ ଟ୍ରେନ୍ ଆଗକୁ ଡେଇଁ ଜୀବନ ଦେଲେ ବିକାଶ ଗୁପ୍ତା। ନିଜର ୧୩ ବର୍ଷର ଝିଅ ବେଦିକା ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛନ୍ତି। ପୁଲିସ ସୁଇସାଇଡ୍ ନୋଟ୍ ଆଧାରରେ ପତ୍ନୀଙ୍କ ସମେତ  ଶ୍ୱଶୁର ଘରର ୫ ଜଣଙ୍କ ନାଁରେ ଏତଲା ରୁଜୁ କରିଛି। ଶୁକ୍ଳାଗଞ୍ଜର ଗଙ୍ଗାଘାଟ କୋତଓ୍ୱାଲି କ୍ଷେତ୍ରରେ ସହଜନିରେ ରହୁଥିଲେ ବିକାଶ। ଦୁହିଁଙ୍କ ଶବ ସୋମବାର ରାତି ୯ଟାରେ ସହଜନି ରେଲଓ୍ୱେ କ୍ରସିଂ ପାଖରେ ମିଳିଥିଲା। ଘଟଣାସ୍ଥଳରୁ ଶହେ ମିଟର ଦୂରରେ କାର୍ ମିଳିଥିଲା। ବିକାଶଙ୍କ ସାନ ଭାଇ ଶିବମ ନିଜ ଭାଉଜ ଶେଫାଳୀଙ୍କ ସହ ପର ପୁରୁଷର ସମ୍ପର୍କ ଥିବାର ଆରୋପ ଲଦିଛନ୍ତି। ଜାନୁଆରୀରୁ ଓ୍ୱାଟସଆପ୍ ଚାଟ୍ ଜରିଆରେ ଦୁବାଇରେ ରହୁଥିବା ଜଣେ ଯୁବକ ସହ ସମ୍ପର୍କରେ ଅଛନ୍ତି ସେଫାଳୀ। ଏହା ଜାଣିବା ପରେ ବିକାଶ ଓ ସେଫାଳୀଙ୍କ ଭିତରେ ଝଗଡ଼ା ହୋଇଥିଲା। କଳିକଜିଆ ଏତେ ବଢ଼ିଥିଲା ଯେ, ଝିଅକୁ ସାଙ୍ଗରେ ନେଇ ଆତ୍ମହତ୍ୟା କରିଦେଲେ। ପୋଷ୍ଟମର୍ଟମ ରିପୋର୍ଟରେ ଝିଅ ବେଦିକାଙ୍କ ମୁଣ୍ଡ ଓ ବାମ ହାତ ଶରୀରରୁ ଅଲଗା ହୋଇଯାଇଥିଲା। ବିକାଶଙ୍କ ଶରୀରରେ ପ୍ରାୟ ୨୨ ଆଘାତ ମିଳିଛି। ବିକାଶ ନିଜ ପରିବାର ସହ ଭଡ଼ା ଘରେ ରହୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *