ହରିଆଣାର ସୋନିପତରେ ରହୁଥିବା ଦିଲ୍ଲୀ ପୁଲିସର କମାଣ୍ଡୋ କାଜଲଙ୍କ ହତ୍ୟାକାଣ୍ଡରେ ନୂଆ ଖୁଲାସା ହୋଇଛି। କାଜଲଙ୍କ ମା ମୀନାଙ୍କ କହିବା ଅନୁସାରେ, କାଜଲ ଯେଉଁ ସ୍କୁଲରେ ପ୍ଲସ-ଟୁ ପଢ଼ୁଥିଲେ। ସେହି ସ୍କୁଲରେ ତାଙ୍କ ସ୍ୱାମୀ ଅଙ୍କୁରର ସାନ ଭଉଣୀ ନିଧି ବି ପଢ଼ୁଥିଲେ। ଏଥିରୁ ଅଙ୍କୁର ବାବଦରେ କାଜଲ ଆଗରୁ ଜାଣିଥିଲେ। କଲେଜ ଟାଇମରେ ଗନ୍ନୌରରୁ ପାନିପତ ଯିବା ଆସିବା ବେଳେ କାଜଲ ଓ ଅଙ୍କୁର ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଆଉ ଏହା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଗ୍ରାଜୁଏସନ ପରେ ଅଙ୍କୁର ବାବଦରେ ଘରେ କାଜଲ କହିଥିଲେ। କିନ୍ତୁ ପରିବାରର ସର୍ତ୍ତ ଥିଲା ଯେ, ଯେପର୍ଯ୍ୟନ୍ତ ଦୁଇ ଜଣଙ୍କୁ ସରକାରୀ ଚାକିରୀ ମିଳିନି, ସେପର୍ଯ୍ୟନ୍ତ ବିବାହ ହୋଇପାରିବନି। ଅଙ୍କୁର ସହ ବିବାହ କରିବାକୁ ଦିଲ୍ଲୀ ପୁଲିସ କନଷ୍ଟେବଳ ପରୀକ୍ଷାରେ ପ୍ରଥମ ପଦକ୍ଷେପରେ ପାସ୍ କରିଥିଲେ କାଜଲ। କାଜଲଙ୍କୁ ଚାକିରୀ ମିଳିବାର ୬ ମାସ ପରେ ଅଙ୍କୁରକୁ ବି ଚାକିରୀ ମିଳିଗଲା। ଏହା ପରେ ଉଭୟଙ୍କ ବିବାହ ହୋଇଥିଲା ଓ ସେମାନଙ୍କର ଗୋଟିଏ ପୁଅ ଥିଲା। ଜାନୁଆରୀ ୨୨ରେ ଦିଲ୍ଲୀ ଫ୍ଲାଟରେ କାଜଲ ଓ ଅଙ୍କୁର ଭିତରେ ଝଗଡ଼ା ହୋଇଥିଲା। ରାଗରେ ଜର୍ଜରିତ ଅଙ୍କୁର ଡମ୍ୱଲରେ କାଜଲ ମୁଣ୍ଡକୁ ପିଟିଦେଇଥିଲା। ଗୁରୁତର କାଜଲକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା। ଦିଲ୍ଲୀ ପୁଲିସ ଏ ମାମଲାରେ ଅଙ୍କୁରକୁ ଗିରଫ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now