ପଟିୟାଲାର ଗୁରୁଦ୍ୱାରା ସାହିବରେ ମଦ ପିଇବାରୁ ମହିଳାଙ୍କ ହତ୍ୟା

Spread the love

ଚଣ୍ଡୀଗଡ଼ : ପଞ୍ଜାବର ପଟିୟାଲାରେ ଗୁରୁଦ୍ୱାରା ସାହିବରେ ରବିବାର ରାତିରେ କଥିତ ବେଅଦବୀରେ ଏକ ଯୁବକ ମହିଳାଙ୍କୁ ଗୁଳିକରି ହତ୍ୟା କରିଛି । ଗୁଳିରେ ଏକ ସେବାଦାର ଆହତ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିନେଇଛି ।

ଅଭିଯୋଗ ଯେ ରବିବାର ରାତି ପ୍ରାୟ ୧୦ଟାରେ ପରବିନ୍ଦର କୌର ଗୁରୁଦ୍ୱାରରେ ପ୍ରଣାମ କରିବା ପରେ ସରୋବର ପାଖରେ ବସିଥିଲା ଏବଂ ମଦ ପିଇବାକୁ ଲାଗିଥିଲା । ସେବାଦାରମାନେ ରୋକିବାରେ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ । ସେତେବେଳେ ନିର୍ମଳଜୀତ ସିଂହ ଆସିଥିଲା ଏବଂ ମହିଳାଙ୍କ ସହିତ ଗଣ୍ଡଗୋଳ କରିଥିଲା । ପାଟିତୁଣ୍ଡ ଏତେ ବଢ଼ିଯାଇଥିଲା ଯେ ନିର୍ମଳଜିତ ସିଂହ ନିଜ ଲାଇସେନ୍ସି ରଭଲବରରେ ମହିଳାକୁ ଗୁଳି ମାରିଦେଇଥିଲା ।

Leave a Reply

Your email address will not be published. Required fields are marked *