ବାପାଙ୍କୁ ଅପମାନ ଅସହ୍ୟ- ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଛାତିରେ ପିସ୍ତଲ ରଖିଲା ଝିଅ

ଛାତିରେ ରିଭଲଭର ରଖି ଧମକାଇବା ପଡ଼ିଲା ମହଙ୍ଗା। ପେଟ୍ରୋଲପମ୍ପରେ ଯୁବତୀଙ୍କ ଗୁଣ୍ଡାଗର୍ଦ୍ଦି ଭାରି ପଡ଼ିଲା। ହରଦୋଇରେ ଯୁବତୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିର ଭିଡିଓ ଭାଇରାଲ ହୋଇଥିଲା। ସିସିଟିଭିରେ ପୁରା ଘଟଣା କଏଦ ହୋଇଥିଲା। ବାପା ମାଆଙ୍କ ଆଗରେ ଅଟୋରୁ ଓହ୍ଲାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଏଭଳି ଦବଙ୍ଗଗିରି ଦେଖାଇ ଏବେ ମାମଲା ଖାଇଛନ୍ତି ପୁରା ପରିବାର। ଯୁବତୀଙ୍କଠୁ ଲାଇସେନ୍ସ ରିଭଲଭର ଓ ୨୫ ଗୁଳି ଜବତ କରିଛି ପୁଲିସ। ଯୁବତୀ ଜଣକ କହିଥିଲେ, ଏତେ ଗୁଳି କରିବି ଯେ ଘର ଲୋକେ ଚିହ୍ନିପାରିବେନି। ଏ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେଲସମ୍ୟାନ ସିଏନଜି ଭରୁଥିଲା ବେଳେ କାରରୁ ଓହ୍ଲାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲା। ଯୁବତୀଙ୍କ ବାପାଙ୍କ ସହ ଯୁକ୍ତିତର୍କ ହେବା ବେଳେ ଏଥିରେ ଚିହିଁକି ଉଠିଥିଲେ ଯୁବତୀ। ଆଉ ଗାଡ଼ିରୁ ପିସ୍ତଲ ବାହାର କରି ଏଭଳି ମାରିବାକୁ ଧମକ ଦେଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ ରଜନୀଶ କୁମାରଙ୍କୁ। ବାପାଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ ଅପମାନିତ ଘଟଣାକୁ ବରଦାସ୍ତ କରିପାରିନଥିଲା ଯୁବତୀ। କିନ୍ତୁ ଆଇନକୁ ହାତକୁ ନେବାକୁ ବି ପଛାଇନଥିଲେ। ଶେଷରେ ଯୁବତୀ ଅରିବା ଖାନ, ତାଙ୍କ ମାଆ ହୁସନ୍ ବାନୁ ଓ ପିତା ଏହସାନ ଖାନଙ୍କ ବିରୁଦ୍ଧରେ ଏତଲା କରି ତଦନ୍ତ ଆରମ୍ଭ କରିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *