ଏକତରଫା ପ୍ରେମକୁ ବିରୋଧ : ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲା ପାଗଳ ପ୍ରେମିକ

ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ଖଣ୍ଡଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲା ପାଗଳ ପ୍ରେମିକ। ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଗାଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ପ୍ରେମ କରୁଥିଲା। ଯାହାକୁ ବିରୋଧ କରିଥିଲେ ଜଗା। ତେଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ବିଭତ୍ସ ଭାବରେ ହତ୍ୟା କରିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ଫେରୁଥିବାବେଳେ ଯୁବକ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି। ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *