ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କର ୨ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ବିଶେଷ ପ୍ରାଧାନ୍ୟ ବହନ କରୁଛି । ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ବିକାଶ ପାଇଁ ୧୭୩୪ ଟଙ୍କାର ବିଭିନ୍ନ ବିକାଶମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ସହ, ୨୦୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ଏଥିପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆ ପାରସରରେ ଏକ ବିରାଟ ସଭାସ୍ଥଳ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍ ରେ ଚାଲିଛି | ଏଥିସହ, ଅଡ଼ିଟୋରିୟମ୍ ରେ ନ୍ୟାସନାଲ୍ ସ୍କୁଲ୍ ଆଫ୍ ଡ଼୍ରାମା ଓ ସ୍ପିରଜା ଏକାଡ଼େମୀର ମିଳିତ ସହଯୋଗରେ ଅନୁଷ୍ଠିତ ବିପ୍ଳବୀ ବୀର ଧରଣୀଧରଙ୍କର ଜୀବନ କାହାଣୀ ଉପରେ ପ୍ରଦର୍ଶିତ ଏକ ନାଟକରେ ଯୋଗଦେବେ | ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ମଧ୍ୟ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଉଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ପରମ୍ପରା ଭୂଲି ନାହାଁନ୍ତି । ଗତବର୍ଷ ମଧ୍ୟ ସେ ଏଠାରେ ମକର ବୁଡ଼ ପକାଇଥିଲେ, ଏବର୍ଷ ମଧ୍ୟ ସେ ପାଟଣାରେ ବୈତରଣୀ ନଦୀରେ ଆସନ୍ତା ୧୪ ତାରିଖରେ ମକର ବୁଡ଼ ପକାଇବେ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷପକୁ ନେଇ ଆନନ୍ଦ ବ୍ୟକ୍ତ କରିଛନ୍ତି ଜିଲ୍ଲାର ବୁଦ୍ଧିଜୀବୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now