ଶ୍ରୀକ୍ଷେତ୍ରରେ ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ

ପୁରୀ: ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠି, ବରିଷ୍ଟ ରାଜନେତା ସଜନ ଶର୍ମା, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ହରେକୃଷ୍ଣ ସତପଥି ,ବିଜେଡି ମୁଖପାତ୍ର ଲେଲିନ ମହାନ୍ତି, ବରିଷ୍ଟ ସ୍ତମ୍ଭକାର ଓ ସାମ୍ବାଦିକ ରାଜାରାମ ସାଥପାଠୀ, କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର,ବିଜେପି ମୁଖପାତ୍ର ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ସମାଜରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି l ଗଣମାଧ୍ୟମ ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଆସିଥାଏ l ଏହି ଅବସରରରେ ବିଶିଷ୍ଟ ସାମ୍ବାଦିକ ପୁରୀ ସହରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *