କଳାଧାମ ଉତ୍ସବ ୨୦୨୩ ଆୟୋଜିତ

Spread the love

ବଲାଙ୍ଗୀର : ଚିତ୍ର, ସଙ୍ଗୀତ ଓ ନୃତ୍ୟ ମହାବିଦ୍ୟାଳୟ କଳାଧାମ ଆର୍ଟ ଇନ୍ଷ୍ଟିଚ୍ୟୁଟ, ବଲାଙ୍ଗୀର ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କଳାଧାମ ଉତ୍ସବ -୨୦୨୩ ମହାସମାରୋହରେ ଆୟୋଜିତ ହୋଇଯାଇଛି । ମଧୁସୁଦନ ନାଏକଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା, ବଲାଙ୍ଗିର ଲିକା ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ, ବଲାଙ୍ଗୀର ରଶ୍ମି ରଂଜନ ମିଶ୍ର ତଥା ଅନୁଷ୍ଠାନର ଅଧ୍ୟକ୍ଷ ଓ ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ ସହ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଂଚାସିନ ହୋଇଥିଲେ । ରତ୍ନମୟ ତ୍ରିପାଠୀଙ୍କ ମଂଚ ପରିଚାଳନା କ୍ରମରେ ସମାଜରେ କଳା ଶିକ୍ଷା ଓ କଳାକାରଙ୍କ ବିଶେଷତା ସମ୍ବନ୍ଧରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ଏ ଅବସରରେ ବେଶ ପୋଷାକ ସଜ୍ଜାକାର ଚୈତନ୍ୟ ମଟାରୀ, ରୂପ ସଜ୍ଜାକାର ମନୋରଂଜନ ବେହେରା, ଲୋକ ନାଟକାଭିନେତା ନରେନ୍ଦ୍ର ନିଆଲ ଓ ଜି-ସାର୍ଥକ ସାରେଗାମାପା-୨୦୨୨ ଓଡିଶାର ବିଜେତା ଯୁବ କଳାକାର ଅଜୟ ଅମର ସିଂହଦେଓ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଙ୍ଗୀତଜ୍ଞ ଗୁରୁଶ୍ରୀ କ୍ଷମା ସାଗର ଯୋଷୀଙ୍କୁ “କଳାଧାମ” ସମ୍ମାନ ପ୍ରଦାନ ସହ ଅନୁଷ୍ଠାନର ଉଦୀୟମାନ ଛାତ୍ର/ ଛାତ୍ରୀମାନଙ୍କ ମଧ୍ୟରୁ ତବଲା ବାଦକ ବିଶେଶ୍ୱର ପଟେଲ, ନୃତ୍ୟଶିଳ୍ପୀ ଲେଖାଙ୍କିକା ନାଏକ ତଥା ଚିତ୍ର ଶିଳ୍ପୀ ସୂରଜ କୁମାର ଅଗ୍ରୱାଲ ଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ଚିତ୍ର ଶିଳ୍ପୀ ତଥା ସଙ୍ଗୀତଜ୍ଞ ଶ୍ରୀ ସିଂହଦେଓଙ୍କ ନିର୍ଦ୍ଦେଶନା ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଚିତ୍ର କଳା ପ୍ରଦର୍ଶନୀର ଆୟୋଜନ ହେବା ସହ ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ରାଗ ସଙ୍ଗୀତ, ଶାସ୍ତ୍ରୀୟ ବେହେଲା ବାଦନ, ତବଲା, ଗୀଟାର ଓ କି-ବୋର୍ଡ ବାଦନ, ଓଡିଶୀ ନୃତ୍ୟ, ଆଧୁନିକ ଓ ଆଂଚଳିକ ନୃତ୍ୟ ଆଦି ପରିବେଶୀତ ହୋଇଥିଲା । ସଭା ଶେଷରେ ସହ-ସଂପାଦକ ଭକ୍ତ ନାଏକ ଉପସ୍ଥିତ ଅତିଥିବୃନ୍ଦ ତଥା ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କ୍ୟାମେରା ପର୍ସନ ବିକାଶ ସେଟ୍ କୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *