ପୋଖରୀ ରେ ବୁଡି ଛାତ୍ରଙ୍କ ମୃତ୍ୟୁ

Spread the love

ଖୋର୍ଦ୍ଧା : ପୋଖରୀରେ ବୁଡି ଜଣେ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) । ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) ନିଜ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ । ଏହା ଦେଖି ନିକଟରେ ଗାଧୋଉଥିବା ଅନ୍ୟ ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ମୃତ ସୁବ୍ରତ ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଥିଲେ । ତେବେ ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ସେ ‘ଏ’ ଗ୍ରେଡରେ ଉତୀର୍ଣ୍ଣ ହୋଇଥିଲେ । ତେବେ ସୁବ୍ରତଙ୍କ ଅକସ୍ମାତ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *