ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ

Spread the love

ଭଦ୍ରକ : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବୁଧବାର ଲୋକକଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କ ତତ୍ତ୍ୱାବାବଧାନରେ ଅନୁଷ୍ଠିତ ସଭାରେ ଉପାଧ୍ୟକ୍ଷ ସରୋଜ ବଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମିତିସଭ୍ୟ ସୁବାସ ଚନ୍ଦ୍ର ବଳ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ସମ୍ପାଦକ ଅକ୍ଷୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଲୋକକଳାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଲା, ଢୋଲକ ବାଦ୍ୟ, ଘୋଡ଼ାନାଚ ଇତ୍ୟାଦି ୫ଟି ଲୋକକଳା ଦଳ ଲୋକକଳା ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *