ମେକ୍ସିକୋର ଫାତିମାଙ୍କୁ ମିସ୍ ୟୁନିଭର୍ସ ମୁକୁଟ..

ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଲେ ମିସ୍ ମେକ୍ସିକୋ। ମେକ୍ସିକୋର ଫାତିମା ବୋସଚ ସାଜିଲେ ମିସ୍ ୟୁନିଭର୍ସ। ପ୍ରଥମ ରନର୍ସ ଅପ୍ ମିସ୍ ଥାଇଲାଣ୍ଡ ହୋଇଛନ୍ତି। ଦ୍ୱିତୀୟ ରନର୍ସଅପ ମିସ୍ ଫିଲିପାଇନ୍ସ ବିବେଚନା ହୋଇଛନ୍ତି। ଗ୍ଲାମର୍ସ ଫାଇନାଲରେ ଉତ୍କଷ୍ଟ ପ୍ରଦର୍ଶନ କରି ଦୁନିଆର ୧୩୦ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଇଛନ୍ତି ଫାତିମା। ସୁନ୍ଦରତା, ବୁଦ୍ଧିମତା ଓ ସାମାଜିକ ଭିଜନରୁ ବିଚାରକଙ୍କ ହୃଦୟ ଜିତିନେଇଥିଲେ ଫାତିମା। ମିସ୍ ୟୁନିଭର୍ସ ୨୦୨୫ର ଭବ୍ୟ ଆୟୋଜନ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ ନିକଟସ୍ଥ ନାନଥାବୁରୀର ଇମ୍ପାକ୍ଟ ଚାଲେଞ୍ଜର ହଲରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାରତରୁ ରାଜସ୍ଥାନର ମନିକା ବିଶ୍ୱକର୍ମା ସାମିଲ୍ ଥିଲେ। ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ବିଜୟ ମୁକୁଟ ପିନ୍ଧିବା ପରେ ମନିକାଙ୍କଠୁ ଅଧିକ ଆଶା ଥିଲା। କିନ୍ତୁ ତାଙ୍କର ଯାତ୍ରା ଟପ୍ ୧୨ ପୂର୍ବରୁ ଥମିଗଲା। ମନିକା ଟପ୍ ୩୦ ରାଉଣ୍ଡରେ ପହଞ୍ଚିଥିଲେ। କିନ୍ତୁ ଟପ୍ ୧୨ରେ ଜାଗା ତିଆରି କରିପାରିଲେନି ଆଉ ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ। ଚଳିତ ବର୍ଷ ପ୍ରତିଯୋଗିତା ବେଶୀ ରୋମାଞ୍ଚକପୂର୍ଣ୍ଣ ଓ କଡ଼ା ମୁକାବିଲା ଥିଲା। ଯଦିଓ ଭାରତର ମନିକା ଟପ୍ ୧୨ରେ ରହିପାରିଲେନି, କିନ୍ତୁ ନିଜର ଗାରିମା, ବ୍ୟକ୍ତିତ୍ୱ ଓ ସଶକ୍ତିକରଣର ସନ୍ଦେଶ ସହ ଦେଶର ସମ୍ମାନଜନକ ପ୍ରତିନିଧିତ୍ୱ କରିଛନ୍ତି। ପ୍ରତିଯୋଗୀଙ୍କୁ ବିଭିନ୍ନ ରାଉଣ୍ଡରେ ଇଣ୍ଚରଭ୍ୟୁ, ସ୍ୱିମସୁଟ୍ ସେଗମେଣ୍ଟ ଓ ଇଭିନିଂ ଗାଉନ ପ୍ରସ୍ତୁତିରେ ନିଜର ପ୍ରତିଭା ଓ ଆତ୍ମବିଶ୍ୱାସ ଦେଖାଇବାକୁ ସୁଯୋଗ ମିଳିଥିଲା। ଜୁରୀ ଲମ୍ୱା ମୂଲ୍ୟାଙ୍କନ ପରେ ଟପ୍ ୧୨ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିଥିଲେ। ଟପ୍ ୧୨ ଭିତରେ ରହିଲେ- ଚିଲ୍ଲିର ଇସ୍ରା ମୋଲ, କଲମ୍ୱିଆର ବେନେସା ପୁଲଗାରିନ୍, କ୍ୟୁବାର ଲୀନା ଲୁଆସେସ, ଗ୍ୱାଡ଼େଲୁପର ଓଫେଲି ମେଜିନୋ, ମେକ୍ସିକୋର ଫାତିମା ବୋସଚ, ଭେନେଜୁଏଲାର ଷ୍ଟେଫନି ଅବସାଲି ପ୍ରମୁଖ। ଟପ୍ ୫ ଭିତରେ ଥିବା ଥାଇଲାଣ୍ଡ, ଫିଲିପାଇନ୍ସ, ଭେନେଜୁଏଲା, ମେକ୍ସିକୋ ଓ କୋଟ୍ ଦିଭୋର ପ୍ରତିଯୋଗୀ ନିଜର ଦମଦାର ଉପସ୍ଥିତି ଜାହିର କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *