ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

Spread the love

ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା। ଏହି ଦିନଟିକୁ ଭଉଣୀମାନେ ଅତି ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଭାଇଭଉଣୀର ସମ୍ପର୍କକୁ ଅତି ନିବିଡ କରିବା ପାଇଁ ରକ୍ଷାବନ୍ଧନ ହେଉଛି ଏକ ନିଆରା ପରମ୍ପରା। ଏହି ପର୍ବକୁ କେବଳ ଓଡିଶା ନୁହେଁ ସାରା ଦେଶରେ ପାଳନ କରାଯାଇଥାଏ। ଓଡିଆରେ ବାରମାସରେ ତେର ପର୍ବ ପାଳନ ହୁଏ। ଓଡିଶାର କଳା ସଂସ୍କୃତି ପରମ୍ପରା ମହାନ। ଭାଇଭଉଣୀର ପବିତ୍ର ସମ୍ପର୍କକୁ ଉଦଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ପାଳିତ ହେଉଛି ରକ୍ଷାବନ୍ଧନ ଉତ୍ସବ। ଏହା ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଓଡିଆମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବରେ ପୂଜା କରିଥାନ୍ତି। ଦେଖିବାକୁ ଗଲେ ଆଜିର ଦୁନିଆରେ ଭାଇ ଉଭଣୀର ସମ୍ପର୍କ ସୁବୁଠାରୁ ନିଆରା। ରକ୍ଷା ବନ୍ଧନରେ ଉଉଣୀ ନିଜ ଭାଇର ମଙ୍ଗଳ କାମନା କରି ହାତରେ ରାକ୍ଷୀ ବାନ୍ଧି ସିନ୍ଦୁର, ଚନ୍ଦନ ଲଗାଇ ବନ୍ଦାପନା କରିଥାଏ। ସେପଟେ ଭାଇ ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥାଏ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *