ଦଣ୍ଡକ୍ରମ ପାରାୟଣରେ ଇତିହାସ ରଚିଲେ ମହେଶ

ଦଣ୍ଡକ୍ରମ ପାରାୟଣ କରି ୧୯ ବର୍ଷୀୟ ଦେବବ୍ରତ ମହେଶ ଏବେ ସବୁଠି ଚର୍ଚ୍ଚାରେ। ବେଦମୂର୍ତ୍ତି ମହେଶ ରେକେ ଯାହା କରିଛନ୍ତି, ଆସନ୍ତା ପୀଢ଼ି ଏହାକୁ ସବୁଦେନ ମନେରଖିବେ। ଭାରତୀୟ ସଂସ୍କୃତିକୁ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ଦେବବ୍ରତଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାଶୀରେ କିଛି ଦିନ ହେଲା ଶୋଳ୍କ ୟେଜୁର୍ବେଦର ମାନ୍ଧ୍ୟାଦିନି ଶାଖାରେ ୨ହଜାର ମନ୍ତ୍ର ଥିବା ଦଣ୍ଡକ୍ରମର ପାରାୟଣ ଚାଲୁଥିଲା। ଏଥିରେ ଭାଗ ନେଇ ମହେଶ ରେଖେ ବିନା ପୁସ୍ତକ ଦେଖି ଅନର୍ଗଳ ଏହି ମନ୍ତ୍ର ପାଠ କରି ୫୦ ଦିନରେ ଏହାକୁ ସାରିଥିଲେ। ଏଭଳି ମନ୍ତ୍ର ପାଠ କରି ନୂଆ ଇତିହାସ ରଚିଛନ୍ତି ମହେଶ। ବୈଦିକ ଶ୍ଳୋକ ଓ ପବିତ୍ର ଶବ୍ଦକୁ ବିନା କୌଣସି ତୃଟିରେ ପଢ଼ିଥିଲେ ମହେଶ। ଏହି ପାରାୟଣକୁ ଏକ କଠିନ ପରୀକ୍ଷା ଭାବେ ବିବେଚନା କରାଯାଏ। ବେଦମୂର୍ତ୍ତି ମହେଶ ରେଖେ ମହାରାଷ୍ଟ୍ରର ଅହିଲ୍ୟା ନଗର ବାସିନ୍ଦା। ସାଙ୍ଗବେଦବିଦ୍ୟାଳୟ ବାରାଣସୀରେ ସେ ଶିକ୍ଷାର୍ଥୀ ଥିଲେ। ଏଥିଲାଗି ମହେଶ ନିୟମିତ ଅଭ୍ୟାସ କରୁଥିଲେ। ସକାଳ ୮ଟାରୁ ୧୨ଟା ଯାଏଁ ନିୟମିତ ୪ ଘଣ୍ଟା ପାରାୟଣ କରୁଥିଲେ। ଦୁନିଆରେ ଆଜି ପର୍ଯ୍ୟନ୍ତ ଦୁଇ ଥର ଦଣ୍ଡକ୍ରମର ପାରାୟଣ ହୋଇଛି। ୨ଶହ ବର୍ଷ ପୂର୍ବରୁ ପ୍ରଥମେ ନାସିକରେ ବେଦମୂର୍ତ୍ତି ନାରାୟଣ ଶାସ୍ତ୍ରୀ ଦେଓ ଦଣ୍ଡକ୍ରମର ପାରାୟଣ କରିଥିଲେ। ଏହା ପରେ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଅକ୍ଟୋବର ୨ରୁ ନଭେମ୍ୱର ୩୦ ଯାଏ ବଲ୍ଲଭରାମ ଶାଳିଗ୍ରାମ ସାଙ୍ଗବେଦ ବିଦ୍ୟାଳୟ, ରାମଘାଟ, କାଶୀରେ ଦଣ୍ଡକ୍ରମ ପାରାୟଣ କରିଥିଲେ। ଗଲା ଶନିବାର ହିଁ ଦଣ୍ଡକ୍ରମ ପାରାୟଣର ପୂର୍ଣ୍ଣାହୁତି ହୋଇଥିଲା। ସମ୍ମାନିତ କରିବାକୁ ଯାଇ ମହେଶ ରେଖେଙ୍କୁ ଏକ ସୁନାର ଗହଣା ଓ ୧ଲକ୍ଷ ୧ହଜାର ୧୬ ଟଙ୍କା ଦିଆଯାଇଛି। ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ସ୍ୱରୂପ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି ପାରାୟଣରେ ୨ହଜାର ମନ୍ତ୍ର ବୋଲାଯାଏ। ସମସ୍ତ ମନ୍ତ୍ରକୁ କଣ୍ଠସ୍ଥ କରି ଶୁଣିବାକୁ ହୁଏ। ଏହାକୁ ବୈଦିକ ପାଠର ମୁକୁଟ କୁହାଯାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *