ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍- ରାଷ୍ଟ୍ରପତିଙ୍କୁ ଗିରଫ- ଟ୍ରମ୍ପଙ୍କ ଏଭଳି ଯୋଜନା ପଛର ରହସ୍ୟ କଅଣ ?

ଭେନେଜୁଏଲା ଉପରେ ଆକ୍ରମଣ କଲା ରାଷ୍ଟ୍ରପତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ କବଜାକୁ ନେଲା ଆମେରିକା। ରାତିରେ ଏୟାରଷ୍ଟ୍ରାଇକ୍ କରିଥିଲା। ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଏଡେଲା ଏବେ ଆମେରିକୀୟ ସୈନିକଙ୍କ କବଜାରେ ଅଛନ୍ତି। ସେମାନଙ୍କୁ ଭେନେଜୁଏଲାରୁ ବାହାରକୁ ନିଆଯାଇଛି। ଆମେରିକା କାଲି ରାତି ୨ଟାରେ ଅର୍ଥାତ ଭାରତୀୟ ସମୟ ଦିନ ସାଢ଼େ ୧୧ଟାରେ ଭେନେଜୁଏଲାର ୪ଟି ସହରରେ ଆକ୍ରମଣ କରିଥିଲା। ମିଲିଟାରୀ ଠିକଣା ଓ ମହତ୍ତ୍ୱପୂର୍ଣ୍ଣ ଠିକଣାକୁ ଟାର୍ଗେଟ କରି ଆଟାକ୍ କରିଥିଲା। ଆମେରିକାର ଆକ୍ରମଣ ପରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ ବୟାନ ଜାରି କହିଥିଲେ ଯେ, ସେ ଏହାର କଡ଼ା ଜବାବ ଦେବେ। ଦେଶତମାମ ଏମର୍ଜେନ୍ସି ଲାଗୁ ହେଲା ବୋଲି ଘୋଷଣା କରିଥିଲେ। କିନ୍ତୁ ତାଙ୍କ ବୟାନ ଜାରି କରିବାର ଘଣ୍ଟାଏ ପରେ ଟ୍ରମ୍ପ ତାଙ୍କୁ ଧରିଥିବା ନେଇ ଘୋଷଣା କରିଛନ୍ତି। ଆମେରିକା ଓ ଭେନେଜୁଏଲା ଭିତରେ ଗଲା ୪ ମାସ ହେଲା ତିକ୍ତତା ଜାରି ରହିଛି। ଭେନେଜୁଏଲା ପାଖରେ ସମୁଦ୍ରରେ ସୈନିକ, ବିମାନ ଓ ଯୁଦ୍ଧପୋତ ମୁତୟନ କରିଛି ଆମେରିକା। ଡ୍ରଗ ତସ୍କରୀର ଆରୋପ ଲଦି ଆମେରିକା ସନା ଭେନେଜୁଏଲାର ୩୫ଟି ଡଙ୍ଗା ଉପରେ ଆକ୍ରମଣ କରିଥିଲା। ଏଥିରେ ଶହେରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ବସ୍ ଡ୍ରାଇଭରରୁ ରାଷ୍ଟ୍ରପତି ହୋଇଥିଲେ ନିକୋଲାସ ମାଦୁରୋ। ୧୯୯୯ରେ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୦୦ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୨ରେ ଉପରାଷ୍ଟ୍ରପତି ଓ ମାର୍ଚ୍ଚ ୫, ୨୦୧୩ରେ ଅନ୍ତରୀଣ ରାଷ୍ଟ୍ରପତି ହୋଇଥିଲେ। ଏପ୍ରିଲ ୨୦୧୩ରେ ନିର୍ବାଚନ ଜିତି ଭେନେଜୁଏଲାର ରାଷ୍ଟ୍ରପତି ହୋଇଥିଲେ। ଜୁଲାଇ ୨୦୧୩ରେ ସିଲିଆ ଫ୍ଲୋରେନ୍ସଙ୍କ ସହ ବିବାହ କରିଥିଲେ। ୨୦୧୯ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହୋଇଥିଲେ। ଜାନୁଆରୀ ୨୦୨୫ରେ ତୃତୀୟ ଥର ରାଷ୍ଟ୍ରପତି ହୋଇଥିଲେ। ଅଗଷ୍ଟ ୭, ୨୦୨୫ରେ ମାଦୁରୋଙ୍କ ଉପରେ ୪୫୦ କୋଟି ଟଙ୍କାର ପୁରଷ୍କାର ଘୋଷଣା ହୋଇଥିଲା। ଆଉ ଆଜି ତାଙ୍କୁ ଗିରଫ କରାଯାଇଛି। ଟ୍ରମ୍ପଙ୍କ ଅଭିଯୋଗ ହେଉଛି ଯେ, ମାଦୁରୋଙ୍କ ତୃଟିପୂର୍ଣ୍ଣ ନୀତି କାରଣରୁ ଲକ୍ଷାଧିକ ଭେନେଜୁଏଲା ବାସିନ୍ଦା ଆମେରିକା ପହଞ୍ଚୁଛନ୍ତି। ଦେଶର ଜେଲ୍ ଓ ମାନସିକ ହସ୍ପିଟାଲରୁ ଅପରାଧୀ ଓ ରୋଗୀଙ୍କୁ ଜାଣିଶୁଣି ବାହାରକୁ ପଠାଉଛନ୍ତି ମାଦୁରୋ। ସେମାନଙ୍କୁ ଆମେରିକା ଯିବାକୁ ବାଧ୍ୟ କରୁଛନ୍ତି। ଏହା ସହ ଆରୋପ ଲଦିଛନ୍ତି ଯେ, ଆମେରିକାକୁ କୋକେନ୍ ଓ ଫେଣ୍ଟାନିଲ୍ ଭଳି ବିପଜ୍ଜନକ ଡ୍ରଗ୍ସ ତସ୍କରୀ ପାଇଁ ବଡ଼ ରାସ୍ତା ଖୋଜିଛି ଭେନେଜୁଏଲା। ଏହି କାରଣରୁ ଟ୍ରମ୍ପ ଭେନେଜୁଏଲାକୁ ଦୁଇ ଅପରାଧିକ ଗୋଷ୍ଠୀ ଟ୍ରେନ ଦେ ଆରାଗୁଆ ଓ କାଣ୍ଟେଲ ଦେ ଲସ ସୋଲେସକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି। କାଣ୍ଟେଲ ଦେ ଲସ ସୋଲେସର ନେତୃତ୍ନ ନିଜେ ରାଷ୍ଟ୍ରପତି ମାଦୁରୋ ନେଉଥିବା ଭଳି ସଙ୍ଗାନ ଆରୋପ ଲଦିଛନ୍ତି ଟ୍ରମ୍ପ। ଏମିତିରେ ଆମେରିକାର ନଜର ଭେନେଜୁଏଲାର ତେଲ ଭଣ୍ଡାର ଉପରେ ବି ଅଛି। ଭେନେଜୁଏଲାର ଅର୍ଥବ୍ୟବସ୍ଥା ପୁରା ତେଲ ଉପରେ ନିର୍ଭରଶୀଳ। ଦେଶ ଦୈନିକ ୯ଲକ୍ଷ ବ୍ୟାରେଲ ତେଲ ରପ୍ତାନୀ କରେ। ଭେନେଜୁଏଲାରୁ ସବୁଠୁ ବଡ଼ ତେଲ ଆମଦାନୀ ରାଷ୍ଟ୍ର ଅଟେ ଚୀନ୍। ଭେନେଜୁଏଲା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗିଜ୍ ଆଜି ସକାଳେ ଆମେରିକାକୁ ମାଦୁରୋ ଜୀବିତ ଥିବାର ପ୍ରମାଣ ଓ ତାଙ୍କ ଠିକଣା ବାବଦରେ ତଥ୍ୟ ଦେବାକୁ ଦାବି କରି ଟିଭି ଚ୍ୟାନେଲରେ ଆଡ୍ରେସ କରିଛନ୍ତି। ଭେନେଜୁଏଲା ପ୍ରତିରକ୍ଷା ମନ୍ତ୍ରୀ ଭ୍ଲାଦିମିର ପେଡ୍ରିନୋ ଲୋପେଜ ଦେଶ ତମାମ ସୈନ୍ୟ ବଳକୁ ମୁତୟନ ଲାଗି ଘୋଷଣା କରିଛନ୍ତି। ଆମେରିକା ସିନା ଆକ୍ରମଣ କରିଛି। କିନ୍ତୁ ଆମକୁ ବଶ କରିପାରିବନି। ସେ ଚେତାବନୀ ଦେଇଛନ୍ତି ଯେ, ଏଭଳି ଆକ୍ରମଣ ଆଗରେ ସେ ନଇଁବାର ପ୍ରଶ୍ନ ଉଠୁନି। ଆମେରିକା ଦୂତାବାସ ଲୋକଙ୍କୁ ଭେନେଜୁଏଲା ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ଭେନେଜୁଏଲାରେ ଥିବା ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ନୋଟିସ୍ ଦେଇ କୁହାଯାଇଛି ଯେ, ସମସ୍ତେ ନିଜ ନିଜ ସ୍ଥାନରେ ସୁରକ୍ଷିତ ରୁହନ୍ତୁ। ଆଉ ସମ୍ଭବ ମାତ୍ରେ ଦେଶ ଛାଡ଼ନ୍ତୁ। ଭେନେଜୁଏଲା ପାଇଁ ଲେବୁଲ-୪ ପରାମର୍ଶ ଜାରି ହୋଇଛି। ଯାହା ଚେତାବନୀର ସର୍ବୋଚ୍ଚ ସ୍ତର ଅଟେ। ଆମେରିକା ବିଦେଶ ମନ୍ତ୍ରାଳୟ କରାକସରେ ଥିବା ଆମେରିକା ଦୂତାବାସର ସମସ୍ତ ରାଷ୍ଟ୍ରଦୂତର କର୍ମଚାରୀଙ୍କୁ ଆମେରିକା ଫେରିଆସିବାକୁ କୁହାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *