ଭାରତୀୟ ନୌସେନାକୁ ଆହୁରି ଅଧିକ ଶକ୍ତିଶାଳୀ କରିବ ରୋମିଓ ହେଲିକେପ୍ଟର । ଭାରତୀୟ ସେନାରେ ସାମିଲ ହୋଇଛି ଦୁଇଟି ରୋମିଓ ହେଲିକେପ୍ଟର । ଆମେରିକାରୁ ଦୁଇଟି ଏମଏଚ ୬୦ ରୋମିଓ ମଲଟିପର୍ପଜ ହେଲିକକେପ୍ଟର ମିଳିଛି । ନୌସେନା ତାର ସାମଗ୍ରିକ ବୃଦ୍ଧି ଲକ୍ଷ୍ୟରେ ଏହି ହେଲିକେପ୍ଟର କିଣଛି । ଏହାକୁ ମିଶାଇ ନୌସେନା ହେଲିକେପ୍ଟର ସଂଖ୍ୟା ୫ ରେ ପହଞ୍ଚିଛି । ରୋମିଓ ହେଲିକେପ୍ଟର ସର୍ଭେଲାନସ , ଗୁଇନ୍ଦାଗିରି , ଭିଆଇପି ଗତିବିଧି , ଆକ୍ରମଣ , ବୁଡାଜାହଜ ସନ୍ଧାନ କରିବା ଏବଂ ଏହାକୁ ନଷ୍ଟ କରିବା ଆଦି କାମରେ ବ୍ୟବହାର କରାଯିବ । ରୋମିଓ ହେଲିକେପ୍ଟରରେ ଏକାଧିକ ସେନସର ଓ ରାଡର ଲାଗିଛି । ଯାହା ଶତ୍ରୁର ସୁଚନା ଦେବାରେ ସହାୟକ ହେବ । ଏଥିରେ ଉଡାଣ ପାଇଁ ୩ ରୁ ୪ କ୍ରୁ ମେମ୍ବର ଆବଷ୍ୟକତା ରହିଛି । ଏହା ବ୍ୟତିତ ଏଥିରେ ୫ ଜଣ ବସିପାରିବେ । ସମସ୍ତ ଅସ୍ତ୍ରଶସ୍ତ୍ର ଉପକରଣ ଓ ସୈନିକଙ୍କ ସହ ଏହାର ସର୍ବାଧିକ ଟେକଅଫ ଓଜନ ୧୦ ହଜାର ୪୩୩ କିଲୋଗ୍ରାମ ରହିଛି । ଏହାର ଲମ୍ଭା ୬୪.୮ ଫୁଟ ଏବଂ ଉଚ୍ଚତା ୧୭ ଦଶମିକ ୨୩ ଫୁଟ ରହିଛି । ଏହାର ବିଶେଷତ୍ୱ ହେଉଛି ଏହାକୁ ଯେ କୌଣସି ପ୍ରକାର ପାଗରେ ବ୍ୟବହାର କରାଯାଇପାରିବ । ୨୦୨୫ ସୁଦ୍ଧା ଏଭଳି୨୪ଟି ହେଲିକେପ୍ଟର ଭାରତ ପହଞ୍ଚିବ ।
- ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now