ପାକିସ୍ତାନରେ ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଜୈସ-ଏ- ମହମ୍ମଦର କମାଣ୍ଡର ମୌଲାନା ଅବଦ୍ଦୁଲ ଅଜିଜର ମୃତ୍ୟୁ ହୋଇଥିବା ଖବର ଆସୁଛି। ଅଜିଜର ରହସ୍ୟମୟ ମୃତ୍ୟୁକୁ ନେଇ ଅନେକ କଥା କୁହାଯାଉଛି। ଅଜିଜର ମୃତ୍ୟୁ ପାକିସ୍ତାନୀ ଗୁଇନ୍ଦା ଓ ଆତଙ୍କି ନେଟଓ୍ୱର୍କରେ ହଇଚଇ ସୃଷ୍ଟି କରିଛି। ଏହି କୁଖ୍ୟାତ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଭାରତ ବିରୁଦ୍ଧରେ ବିଷ ଓଗାଳି ଆସୁଥିଲା। ପାକିସ୍ତାନର ବହାବଲପୁରରେ ତାହାର ମୃତ୍ୟୁ ହୋଇଛି। ଯେଉଁଠି ଜୈସର ମୁଖ୍ୟାଳୟ ରହିଛି। ଗଲା ମାସରେ ଜୈସର ଏକ ରାଲିରେ ଭାରତ ବିରୁଦ୍ଧରେ ବର୍ଷିଥିଲା ଅଜିଜ୍। ଅପରେସନ ସିନ୍ଦୂର ପରେ ଅଜିଜ୍ ଖୋଲା ମଞ୍ଚରେ ଧମକ ଦେଇଥିଲା କି, ଭାରତର ଅବସ୍ଥା ୟୁଏସଏସଆର ଭଳି ହେବ। ଜୈସ ସହ ଜଡ଼ିତ ସୋସିଆଲ ମିିଡିଆ ଆକାଉଣ୍ଟସରେ ଅଜିଜର ମୃତ୍ୟୁକୁ ନେଇ ପୁଷ୍ଟି କରାଯାଇଥିଲା ବେଳେ ମୃତ୍ୟୁ ପଛର କାରଣରେ ଗୋଟିଏ ବି ଶବ୍ଦ କୁହାଯାଇନି। ପାକିସ୍ତାନୀ ଅଧିକାରୀ, ସେନା କି ସରକାର ଏଯାଏଁ ଅଧିକାରୀକ ସ୍ତରରେ ଏ ଖବରକୁ ପୁଷ୍ଟି କରିନାହାନ୍ତି। ଅବଦ୍ଦୁଲ ଅଜିଜ୍ ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରାନ୍ତର ଭକ୍କର ଜିଲ୍ଲାର ଅସରଫଓ୍ୱାଲର। ସେ ଲମ୍ୱା ସମୟ ଧରି ଜୈସ ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଥିଲା। ଆଉ ସଂଗଠନର ଶୀର୍ଷ ସ୍ଥାନ ଅଧିକାର କରିିଥିଲା। ଭାରତରେ ହୋଇଥିବା ଅନେକ ଆତଙ୍କି ଆକ୍ରମଣ ପଛରେ ମୁଖ୍ଯ ଷଡ଼ଯନ୍ତ୍ରକାରୀ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now