ଜୁନ ମାସରେ ଦେଶରେ ମୋଟ ୧ ଲକ୍ଷ ୬୧ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ, ଗତ ବର୍ଷ ଜୁନରୁ ୧୨ ପ୍ରତିଶତ ଅଧିକ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଜି ଜୁଲାଇ ପହିଲାରେ ଜୁନ, ୨୦୨୩ର ଜିଏସ଼ଟି ସଂଗ୍ରହ ସମ୍ପର୍କିତ ତଥ୍ୟ ଜାରୀ କରିଛି । ସରକାରୀ ତଥ୍ୟ ଅନୁସାରେ ୨୦୨୩ ଜୁନ ମାସରେ ମୋଟ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ଡିଏସଟି କଲେକ୍ସନ ହୋଇଛି । ଏହି ରାଶି ୨୦୨୨ ଜୁନ ମାସରେ ସଂଗ୍ରହ କରାଯାଇଥିବା ରାଶି ଠାରୁ ୧୨ ପ୍ରତିଶତ ଅଧିକ ।

ସେହିପରି ଜୁନ ୨୦୨୩ରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଜୁନ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି କଲେକ୍ସନ କରାଯାଇଥିଲା । ତେଣୁ ଗତ ବର୍ଷ ଜୁନ ମାସ ତୁଳନାରେ ଚଳିତ ଜୁନ ମାସରେ ୧୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *