ଅନଲାଇନ୍ ଗେମିଂ ଏବଂ କାସିନୋ ଉପରେ ଲାଗୁ ହେବ ଜିଏସ୍ଟି

Spread the love

ଅନଲାଇନ୍ ଗେମିଂ ଏବଂ କାସିନୋ ଉପରେ ଲାଗୁ ହେବ ଜିଏସ୍ଟି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କାସିନୋ ଏବଂ ଅନଲାଇନ୍ ଗେମିଂ ମୂଲ୍ୟ ଉପରେ ୨୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯିବ ।

ଗତକାଲି ନୂଆଦିଲ୍ଲୀରେ ୫୧ ତମ ଜିଏସଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷତକାରରେ ସୀତାରମଣ କହିଛନ୍ତି ଯେ, ଅକ୍ଟୋବର ୧ ତାରିଖରୁ ଅନଲାଇନ୍ ଗେମିଂ ଏବଂ କାସିନୋ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ ବୋଲି ଆଶା କରାଯାଉଛି । ମନ୍ତ୍ରୀ କହିଛନ୍ତି, ଜିଏସଟି ପରିଷଦ ଏହାର ଶେଷ ବୈଠକରେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ପାଇଁ ଆଇନରେ ସଂଶୋଧନ କରାଯାଇପାରେ ବୋଲି ସୁପାରିଶ କରିଥିଲେ । କାସିନୋ, ଘୋଡା ଦୌଡ଼ ଏବଂ ଅନଲାଇନ୍ ଗେମିଙ୍ଗରେ ଯୋଗାଣର ଟିକସ ଉପରେ ସ୍ପଷ୍ଟତା ପ୍ରଦାନ କରିବାକୁ ସିଜିଏସଟି (CGST) ଆକ୍ଟ ୨୦୧୭ ଏବଂ ଆଇଜିଏସଟି (IGST) ଆକ୍ଟ ୨୦୧୭ ରେ କିଛି ସଂଶୋଧନ କରିବାକୁ ଏହା ସୁପାରିଶ କରିଥିଲା।

Leave a Reply

Your email address will not be published. Required fields are marked *