ତେଲକୁ ନେଇ ଆମେରିକାର ଅସଲ ଖେଳ!

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆରମ୍ଭ ହେଲା ତେଲକୁ ନେଇ ଅସଲ ଖେଳ। ଭେନେଜୁଏଲାର ତେଲ କ୍ଷେତ୍ର ଉପରେ ନିୟନ୍ତ୍ରଣ କରିବାକୁ ଆମେରିକା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଭେନେଜୁଏଲାରେ ଆମେରିକା ଷ୍ଟ୍ରାଇକ୍ ଓ ସୈନ୍ୟ ଅଭିଯାନ ଅବସରରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ପରେ ଆମେରିକାର ତେଲ ଖେଳ ଆରମ୍ଭ ହୋଇସାରିଛି। ଭେନେଜୁଏଲାରେ ବିଶ୍ୱର ସବୁଠୁ ବଡ଼ ତେଲ ଭଣ୍ଡାର ଉପରେ ନଜର ରହିଛି ଟ୍ରମ୍ପଙ୍କ ଭିତରେ। ଟ୍ରମ୍ପ ବି କହିଥିଲେ, ଆମେରିକୀୟ ତେଲକମ୍ପାନୀ ଭେନେଜୁଏଲାରେ ଏଣ୍ଟ୍ରି ନେବ। ଆଉ ସେଠାରେ କ୍ଷତିଗ୍ରସ୍ତ ତେଲ ଭିତ୍ତିଭୂମିରେ ଅରବ ଡଲାର ନିବେଶ କରିବ। ଭେନେଜୁଏଲାରେ ଯାହା ବି ଖର୍ଚ୍ଚ କରିବ ଆମେରିକା। ଏହାର ଭରଣା ବି ହେବ। ଭେନେଜୁଏଲାରେ ୩୦୩ ଅରବ ବ୍ୟାରେଲ କ୍ରୁଡ୍ ବା ଅଶୋଧିତ ତେଲ ରିଜର୍ଭ ରହିଛି। ଏହାର ପରିମାଣ ପ୍ରାୟ ୧୫ ରୁ ୧୭ ଟ୍ରିଲିୟନ ଡଲାର ଅଟେ। ଯାହା ଅନେକ ଦେଶର ଜିଡିପିରୁ ବହୁତ ଅଧିକ।ମାଦୁରୋଙ୍କୁ ସତ୍ତାରୁ ହଟାଇବା ପରେ ଭେନେଜୁଏଲାରେ ତେଲ ଉତ୍ପାଦନ ବଢାଇବାକୁ ଆସନ୍ତା ସପ୍ତାହରେ କଥାବାର୍ତ୍ତା କରିବେ। ଟ୍ରମ୍ପ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଘୋଷଣା କରିସାରିଛନ୍ତି, ଭେନେଜୁଏଲାର ତେଲ ଏବେ ଆମେରିକା ଯିବ। ଯାହାକୁ ମାର୍କେଟ ପ୍ରାଇସରେ ବିକ୍ରି କରାଯିବ ଓ ଏଥିରୁ ଆସିବାକୁ ଥିବା ଆୟ ଉପରେ ବି ସିଧା ଟ୍ରମ୍ପଙ୍କ ନିୟନ୍ତ୍ରଣରେ ରହିବ। ଭେନେଜୁଏଲାର ଅନ୍ତରୀଣ ସରକାର ଆମେରିକାକୁ ୩୦ରୁ ୫୦ ମିଲିୟନ ବ୍ୟାରେଲ ତେଲ ଦେବ। ଭେନେଜୁଏଲା ଏବେ ଅଏଲ ଡିଲ୍ ରୁ ମିଳୁଥିବା ଟଙ୍କାରୁ କେବଳ ଆମେରିକାରେ ତିଆରି ପ୍ରଡକ୍ଟ ହିଁ କିଣିବ। ଏଭଳି ବୟାନ ଆସିବା ପରେ ଦୁନିଆର ଏନର୍ଜି ସେକ୍ଟରରେ ହଲଚଲ ସୃଷ୍ଟି ହୋଇଛି। ଏହାକୁ ନେଇ ଚୀନ୍ ର ଚିନ୍ତା ବଢ଼ିଯାଇଛି। ଆମେରିକାର ପ୍ରତିବନ୍ଧ ସତ୍ତ୍ୱେ ଚୀନକୁ କମ୍ ଦରରେ ଭେନେଜୁଏଲା ତେଲ ରପ୍ତାନୀ ଜାରି ରଖିଛି। ୨୦୨୦-୨୦୨୩ରେ ଚାଇନାକୁ ମାର୍କେଟ ଦରରୁ ୨୦ରୁ ୨୫ ପ୍ରତିଶତ ଡିସକାଉଣ୍ଟ ଦରରେ ଭେନେଜୁଏଲା ତେଲ ରପ୍ତାନୀ କରୁଥିଲା। ୨୦୨୪-୨୫ରେ ଏହି ରିହାତି ହାର ୧୦ରୁ ୧୮ ଡଲାରକୁ ଖସି ଆସିଥିଲା। ଭେନେଜୁଏଲା ତେଲଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ଘୋଷଣା ଉପରେ ଭାରତ କାହିଁକି ଅସମ୍ଭବ ନୀରବ। କାରଣ ଋଷରୁ ତେଲ ନ କିଣିବାକୁ ବାରମ୍ୱାର ଭାରତ ଉପରେ ଚାପ ପକାଇଆସୁଛନ୍ତି ଟ୍ରମ୍ପ। ଏହି ଘୋଷଣାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲର ଦର ହ୍ରାସ ପାଇଛି। ଯାହା ଭାରତ ପାଇଁ ଭଲ ଖବର। ଭାରତ ପାଇଁ କଚ୍ଚା ତେଲ ବହୁତ ମାଏନା ରଖେ। କ୍ରୁଡ୍ ଅଏଲ ଫେବୃଆରୀ ୨୦୨୧ ପରେ ପ୍ରଥମ ଥର ବ୍ୟାରେଲ ପିଛା ୬୦ ଡଲାର ତଳକୁ ଖସିଛି। କଚ୍ଚା ତେଲରୁ ପ୍ରାୟ ୮୮ ପ୍ରତିଶତ ଆମଦାନୀ କରେ। କ୍ରୁଡ୍ ତେଲର ଦର ପ୍ରତି ବ୍ୟାରେଲ ୧ଡଲାର ଖସିଗଲେ, ବାର୍ଷିକ ଖର୍ଚ୍ଚ ପ୍ରାୟ ୧୩ହଜାର କୋଟି ଟଙ୍କା କମୁଛି। ଜୁନ୍ ଯାଏ ୫୦ ଡଲାର ପ୍ରତି ବ୍ୟାରେଲ୍ କମ୍ ହୋଇପାରେ। ଏଥିରେ ଭାରତର ଆମଦାନୀ ବିଲ୍ ଏହାକୁ ହ୍ରାସ କରିବ। ଭାରତ ଉପରେ ଏବେ ୫ଶହ ପ୍ରତିଶତ ଟାରିଫ ଲଗାଇବାକୁ ଅଣ୍ଟା ଭିଡ଼ିଛି ଆମେରିକା! ଯଦି ଋଷରୁ ନିରନ୍ତର ତେଲ, ଗ୍ୟାସ ଭାରତ କିଣିବ, ତାହେଲେ ଭାରତକୁ ମହଙ୍ଗା ପଡ଼ିବ। କାରଣ ଏଭଳି ଶସ୍ତା ତେଲ କିଣି ପୁଟିନଙ୍କୁ ଯୁଦ୍ଧ ଲାଗି ଅର୍ଥ ଦେଉଛି ଭାରତ। ଭାରତ, ଚୀନ୍ ଓ ବ୍ରାଜିଲ୍ ଉପରେ ଚାପ ପକାଇବାକୁ ବସିଛି ଆମେରିକା। ଋଷରୁ ଯେମିତି ଶସ୍ତାରେ ତେଲ କିଣିବା ଏମାନେ ବନ୍ଦ କରନ୍ତୁ। ଏହା ଚାହୁଁଛି ଆମେରିକା। ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା। ଏହାର ଜବାବରେ ଆମେରିକା ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଟାରିଫ୍ ଲଗାଇଥିଲା ଚୀନ୍। ପରେ ଅବଶ୍ୟ ଉଭୟ ରାଷ୍ଟ୍ର ଆଲୋଚନା ଜରିଆରେ କିଛି ପ୍ରତିଶତ ଟାରିଫ୍ ହ୍ରାସ କରିଥିଲେ। ଏବେ ଚୀନ୍ କହିଛି, ଆମେରିକା ତେଲ ଚୋରି କରୁଛି। ମୋଦିଙ୍କ ସମ୍ୱନ୍ଧରେ ଟ୍ରମ୍ପ୍ କହିଥିଲେ, ଋଷରୁ ଭାରତ ତେଲ କିଣିବା ନେଇ ସେ କ୍ଷୁବ୍ଧ ଥିଲେ। ଅବଶ୍ୟ ମୋଦି ତାଙ୍କ କଥା ରଖି ଋଷରୁ ତେଲ କିଣିବା କମ୍ କରିଛନ୍ତି। ଟ୍ରମ୍ପଙ୍କ ଏହି ବୟାନକୁ ଗଣ୍ଠି କରି ବିରୋଧୀ ମୋଦିଙ୍କ ମୁହଁରୁ ସ୍ପଷ୍ଟତା ଦାବି କରିଛନ୍ତି। ତେଲକୁ ନେଇ ଟାରିଫ ଚାପ ଓ ଭୟ ଦେଖାଉଛି ଆମେରିକା। ଏହି ଆଭିମୁଖ୍ୟ ଆଗକୁ କି ମୋଡ଼ ନେବ, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *