ଟ୍ରମ୍ପଙ୍କ ପରାମର୍ଶଦାତା ପିଟରଙ୍କ ବ୍ରାହ୍ମଣ ମୁନାଫା ମନ୍ତବ୍ୟ- ବିବାଦ ନିଆଁରେ ଘିଅ

ଭାରତୀୟ ବ୍ରାହ୍ମଣ ସବୁଠୁ ମୁନାଫା ପାଉଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାସା ପିଟର ନଓ୍ୱାରୋ ଏଭଳି କହି ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ଆଗରୁ ଋଷ-ୟୁକ୍ରେନ ଯୁଦ୍ଧକୁ ମୋଦିଙ୍କ ଯୁଦ୍ଧ ବୋଲି କହି ବିବାଦୀୟ ଥିଲେ ପିଟର। ଆଉ ଏବେ ଏଭଳି ମନ୍ତବ୍ୟ ଦେଇ ଭାରତୀୟଙ୍କ ଭିତରେ ଲଢ଼େଇ ଲାଗି ଉସୁକାଇଲା ଭଳି ସମ୍ୱେଦନଶୀଳ ମନ୍ତବ୍ୟ ଦେଇଛନ୍ତି। ଋଷରୁ ତେଲ କିଣୁଛି ଭାରତ। କିନ୍ତୁ ଏହା ପଛରେ ଭାରତରେ କିଛି ବ୍ରାହ୍ମଣଙ୍କୁ ଫାଏଦା ଦେବାକୁ ଏହା ହେଉଛି ବୋଲି କହିଛନ୍ତି ପିଟର। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଟାରିଫ୍ କୁ ଉଚିତ୍ ବୋଲି କହିଛନ୍ତି ପିଟର। ଏହା ସହ ଚେତାବନୀ ବି ଦେଇଛନ୍ତି, ଭାରତ ପ୍ରଧାନମନ୍ତ୍ରୀ ମୋଦି ପୁଟିନ ଓ ସି ଜିନପିଙ୍ଗକ ସହ ନିକଟତର ହୋଇ ବୈଶ୍ୱିକ ବ୍ୟବସ୍ଥାକୁ ଅସ୍ଥିରତା ଲାଗି ଉଦ୍ୟମ କରୁଛନ୍ତି। ହ୍ୱାଇଟହାଉସର ବ୍ଯାପାର ପରାମର୍ଶଦାତା ପିଟର କହିଛନ୍ତି, ଭାରତ ଟାରିଫ୍ ର ମହାରାଜା ଅଟେ। ଦୁନିଆରେ ସବୁଠୁ ଅଧିକ ଟାରିଫ୍ ଭାରତରେ ଅଛଇ। ଭାରତ ଅନେକ ସାମଗ୍ରୀ ରପ୍ତାନୀ କରୁଛି ଆମେରିକାକୁ। ତାହେଲେ କ୍ଷତି କାହାର ବୋଲି ଚେତାଇ ଦେଇଛନ୍ତି ପିଟର। ଏଥିରେ ଆମେରିକାର ଶ୍ରମିକ, ଆୟକରଦାତା ନା ୟୁକ୍ରେନ ଲୋକଙ୍କୁ। ମୋଦି ଜଣେ ମହାନ୍ ନେତା ଅଟନ୍ତି। କିନ୍ତୁ ବୁଝିହେଉନି, ଭାରତ ସବୁଠୁ ବଡ଼ ଲୋକତନ୍ତ୍ର ରାଷ୍ଚ୍ର ଅଟେ। ତା ସତ୍ତ୍ୱେ ପୁଟିନ ଓ ଜିନପିଙ୍ଗଙ୍କ ସହ କାହିଁକି ଏତେ ନିବିଡ଼ତା ବଢ଼ାଉଛନ୍ତି। ଆମେରିକା ଚାହୁଁଛି, ଭାରତର କିଛି ବ୍ରାହ୍ମଣଙ୍କ ପକେଟକୁ କେବଳ ମୁନାଫା ନଯାଉ। ଏହା ବନ୍ଦ କରିବାକୁ ଚାହେଁ ଆମେରିକା। ତେବେ ଚୀନରେ ଆୟୋଜିତ ଏସସିଓ ଶୀଖର ସମ୍ମିଳନୀରେ ମୋଦି ,ପୁଟିନ ଓ ଜିନପିଙ୍ଗଙ୍କ ଭଳି ତ୍ରିଶକ୍ତି ଏକାଠି ହେବା ପରିପ୍ରେକ୍ଷୀରେ ଏଭଳି ଛାନିଆ ହୋଇ କହିଛନ୍ତି ପିଟର। ଗଲା ୭ ବର୍ଷ ଭିତରେ ଚୀନକୁ ଏହା ଥିଲା ମୋଦିଙ୍କ ପ୍ରଥମ ଗସ୍ତ। ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପଛରେ ମୁଖ୍ୟ ଚକ୍ରାନ୍ତକାରୀ ପିଟର ଅଟନ୍ତି। ଏହା ପୂର୍ବରୁ ଋଷ୍ ସହ ଭାରତର ବେପାରକୁ ନେଇ ନକରାତ୍ମକ ଟିପ୍ପଣୀ ଦେଇଥିଲେ ପିଟର। ଆଉ ଆରୋପ ଲଦିଥିଲେ ଯେ, ୟୁକ୍ରେନ ଯୁଦ୍ଧରେ ଋଷକୁ ଫଣ୍ଡିଂ କରୁଛି ଭାରତ। ବିଶ୍ୱର ତୃତୀୟ ସର୍ବବୃହତ୍ତ ଦେଶକୁ ଏମିତି କରିବା ଉଚିତ ନୁହେଁ। ଏହା ସହ ଯୋଡ଼ିଥିଲେ, ଭାରତ ଦୈନିକ ୧୦ଲକ୍ଷ ବ୍ୟାରେଲରୁ ଅଧିକ ରିଫାଇନ ପେଟ୍ରୋଲିୟମ ଆମଦାନୀ କରୁଛି। ଋଷରୁ ଶସ୍ତା ଦରରେ ତେଲ କିଣୁଛି। ଏହାର ପ୍ରକ୍ରିୟାକରଣ କରି ଏହାକୁ ୟୁରୋପ, ଆଫ୍ରିକା ତଥା ଏସିଆର ଅନ୍ୟ ଦେଶକୁ ତେଲ ରପ୍ତାନୀ କରି ମୁନାଫା କରୁଛି। ତେବେ ପିଟରଙ୍କ ଏଭଳି ବୟାନକୁ ଯଥାର୍ଥ ବୋଲି କହି ସମର୍ଥନ କରିଛନ୍ତି କଂଗ୍ରେସର ଦଳିତ ନେତା ଉଦିତ ରାଜ୍। ଉଦିତ୍ କହିଛନ୍ତି, ଭାରତର ଉଚ୍ଚ ଜାତିର ଲୋକେ କର୍ପୋରେଟ କ୍ଷେତ୍ରରେ ଅଛନ୍ତି। ସେମାନେ ଋଷରୁ କଚ୍ଚା ତେଲ କିଣି ମୁନାଫା କରୁଛନ୍ତି। ପିଟରଙ୍କ କଥା ତଥ୍ୟାତ୍ମକ ରୂପରେ ଠିକ୍। ଦଳିତ ଓ ପଛୁଆ ବର୍ଗଙ୍କୁ କର୍ପୋରେଟ ଜଗତରେ ପାଦ ଥାପିବାକୁ ଶହେ ବର୍ଷ ଲାଗିଯିବ। ଦେଶରେ ଜାତିଗତ ଭେଦଭାବରୁ ତଳ ଜାତିର ଲୋକେ କର୍ପୋରେଟ ସେକ୍ଟରରେ ଉପରକୁ ଉଠିପାରୁନାହାନ୍ତି। ନିକଟରେ ଆମେରିକା- ଭାରତ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଯେବେ ରାଷ୍ଟ୍ରପତି ଟ୍ରମ୍ପ୍ ଋଷରୁ କଚ୍ଚା ତେଲ କିଣୁଥିବାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଦିଲେ। ଆଉ ଏହାକୁ ମୁକାବିଲା କରିବାକୁ ଭାରତ ବି ଋଷ ଓ ଚୀନ୍ ସହ ନିଜର ସମ୍ପର୍କକୁ ମଝଭୁତ୍ କରି ଆମେରିକାକୁ କଡ଼ା ଜବାବ ଦେବାକୁ ବସିଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *