ପବ୍ଲିକ ଟେଣ୍ଡର ପ୍ରାଇଭେଟ୍ ବାର୍ଗେନିଂ ନୁହେଁ- ସୁପ୍ରିମକୋର୍ଟ

ପବ୍ଲିକ ଟେଣ୍ଡର ପ୍ରାଇଭେଟ୍ ବାର୍ଗେନିଂ ନୁହେଁ। ହାଇଏଷ୍ଟ ବିଡରକୁ ବାଲି ଖଣି ଲିଜରୁ ବଞ୍ଚିତ ସନ୍ଦର୍ଭରେ ଓଡ଼ିଶା ସରକାରଙ୍କୁ ଲାଗିଛି ବଡ଼ ଝଟକା। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି, ପବ୍ଲିକ ଟେଣ୍ଡର ଏମିତି ଏକ ମେକାନିଜିମ୍, ଯାହା ଜରିଆରେ ସରକାର ସର୍ବସାଧାରଣଙ୍କ ବିଶ୍ୱାସକୁ ପ୍ରତିଫଳିତ କରନ୍ତି। ରାଜ୍ୟ ସରକାର ଜଣେ ଲୋୟର ବିଡରଙ୍କୁ ମହାନଦୀ ପଠାରେ ଥିବା ବାଲି କୁଆଁରୀକୁ ୫ ବର୍ଷିଆ ଲିଜ୍ ଦେଇଥିଲେ। କିନ୍ତୁ ସର୍ବୋଚ୍ଚ ବିଡରକୁ ଅଣଦେଖା କରି ଏଭଳି ଲିଜ୍ ଦେବା ଟେଣ୍ଡର ସର୍ତ୍ତାବଳୀକୁ ଖୋଲା ଉଲ୍ଲଂଘନ କରିଛି। ଏହା ସହ ରାଜ୍ୟ ରାଜକୋଷକୁ ବି ଏହା କ୍ଷତି ପହଞ୍ଚାଇଛି। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ଆଲୋକ ଆରାଧେ ସର୍ବୋଚ୍ଚ ବିଡରଙ୍କ ଆବେଦନକୁ ଗ୍ରହଣ ବେଳେ ଏ କଥା ହୃଦବୋଧ କରିଛନ୍ତି। ଏହି ଆଇନଗତ ବିବାଦ ୨୦୨୨ରୁ ଆରମ୍ଭ ହୋଇଥିଲା। କଟକର ଶାନ୍ତି କନଷ୍ଟ୍ରକସନ ସର୍ବୋଚ୍ଚ ବିଡ଼ର ହୋଇଥିଲେ। ପ୍ରତି କ୍ୟୁବିକ ମିଟର ପିଛା ୨,୨୧୭.୨୭ ଟଙ୍କା କୋଟ୍ କରିଥିଲା ସଂସ୍ଥା। କିନ୍ତୁ ତାଙ୍କର ବିଡକୁ ଟେଣ୍ଡର କମିଟି ଖାରଜ କରିଦେଇଥିଲା। କାରଣ ସଂସ୍ଥା ୨୦୨୧-୨୨ ଆର୍ଥିକ ବର୍ଷର ଆୟକର ଦାଖଲ ବଦଳରେ ୨୦୨୦-୨୧ର ଦାଖଲ କରିଥିଲା। ସେଥିଲାଗି ଟେଣ୍ଡର ଅନ୍ୟତମ ବିଡରଙ୍କୁ ଦିଆଯାଇଥିଲା। ଯିଏ ପ୍ରତି କ୍ୟୁବିକ ମିଟର ପିଛା ୧୨୫୦ ଟଙ୍କା କୋଟ୍ କରିଥିଲେ। ତେବେ ଉଚ୍ଚ ନ୍ୟାୟାଳୟ ସର୍ବୋଚ୍ଚ ବିଡରଙ୍କ ଆବେଦନକୁ ଗ୍ରହଣ ନ କରି ଟେଣ୍ଡର ପାଇଥିବା ସଂସ୍ଥାକୁ ସର୍ବାଧିକ ପ୍ରାଇଜ୍ ଦେଇ ଟେଣ୍ଡର ନେବାକୁ ରାୟ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *