ମଇ ୨୦୨୩ ରେ ମୋଟ୍ ଜିଏସଟି ରାଜସ୍ୱ ୧,୫୭,୦୯୦ କୋଟି ଟଙ୍କା ସଂଗ୍ରହ

Spread the love

ଲଗାତାର ୧୪ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ୧.୪ ଲକ୍ଷ କୋଟିରୁ ଅଧିକ, ଜିଏସଟି ଆରମ୍ଭରୁ ୫ମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

ନୂଆଦିଲ୍ଲୀ, ୦୧ ଜୁନ (ହି.ସ.) ୨୦୨୩ ମସିହା ମଇ ମାସରେ ସଂଗୃହିତ ମୋଟ ଦ୍ରବ୍ୟ ଓ ସେବା କର (ଜିଏସଟି) ରାଜସ୍ୱ ହେଉଛି ୧,୫୭,୦୯୦ କୋଟି ଯେଉଁଥିରୁ ସିଜିଏସ୍ଟି ହେଉଛି ୨୮,୪୧୧ କୋଟି, ଏସଜିଏସଟି ହେଉଛି ୩୫,୮୨୮ କୋଟି, ଆଇଜିଏସ୍ଟି ହେଉଛି ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରୁ ସଂଗ୍ରହ ହୋଇଥିବା ୪୧,୭୭୨ କୋଟି ସହିତ) ଏବଂ ସେସ୍ ହେଉଛି ୧୧,୪୮୯ କୋଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୧୦୫୭ କୋଟି ଅନ୍ତର୍ଭୂକ୍ତ) ।

ସରକାର ସିଜିଏସଟିରୁ ୩୫,୩୬୯ କୋଟି ଏବଂ ଆଇଜିଏସଟି ରୁ ଏସଜିଏସଟିକୁ ୨୯,୭୬୯ କୋଟି ଟଙ୍କା ଚୂଡାନ୍ତ କରିଛନ୍ତି । ଚୂଡାନ୍ତ ପରେ ମଇ ୨୦୨୩ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୬୩,୭୮୦ କୋଟି ଏବଂ ଏସଜିଏସଟି ପାଇଁ ୬୫,୫୯୭ କୋଟି ।

ମଇ ୨୦୨୩ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍ଟି ରାଜସ୍ୱ ପରିମାଣ ଗତ ବର୍ଷ ସମାନ ସମୟ ତୁଳନାରେ ୧୨% ଅଧିକ ରହିଛି । ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ମଇ ମାସରେ ସାମଗ୍ରୀ ଆମଦାନୀରୁ ଆୟ ୧୨% ଅଧିକ ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୧% ଅଧିକ ଥିଲା ।

Leave a Reply

Your email address will not be published. Required fields are marked *