ମେ, ୨୦୨୩ ରେ ସମୁଦାୟ ଖଣିଜ ଉତ୍ପାଦନ ୬.୪% ବୃଦ୍ଧି, ଏପ୍ରିଲ୍-ମେ ୨୦୨୨-୨୩ ସମୟରେ ପୌନପୁନିକ ୫.୮ ପ୍ରତିଶତ ବୃଦ୍ଧି

Spread the love

ନୂଆଦିଲ୍ଲୀ : ମେ ୨୦୨୩ (ଆଧାର : ୨୦୧୧-୧୨=୧୦୦) ମାସ ପାଇଁ ଖନନ ଏବଂ ଉତ୍ଖନନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ ୧୨୮.୧ ରେ ରହିଛି ଯାହାକି ମେ ୨୦୨୨ର ସ୍ତର ତୁଳନାରେ ୬.୪ ପ୍ରତିଶତ ଅଧିକ ଅଟେ। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ରେ ଅଣଚୂଡ଼ାନ୍ତ ପରିସଂଖ୍ୟାନ ଅନୁସାରେ ଏପ୍ରିଲ୍-ମେ ୨୦୨୨-୨୩ଅବଧି ପାଇଁ ସଞ୍ଚୟ ବୃଦ୍ଧି ଗତ ବର୍ଷ ଏହି ଅବଧି ତୁଳନାରେ ୫.୮ ପ୍ରତିଶତ ଅଟେ।

ମେ ୨୦୨୩ ରେ ମହତ୍ତ୍ୱପୂର୍ଣ୍ଣ ଖଣିଜର ଉତ୍ପାଦନ ସ୍ତର ଏହି ପ୍ରକାର ଥିଲା : କୋଇଲା ୭୬୨ ଲକ୍ଷ, ଲିଗ୍ନାଇଟ୍ ୩୫ ଲକ୍ଷ, ପେଟ୍ରୋଲିୟମ (କଞ୍ଚା) ୨୫ ଲକ୍ଷ, ଲୌହ ଅୟସ୍କ ୨୫୩ ଲକ୍ଷ, ଚୂନ ପଥର ୩୮୭ ଲକ୍ଷ ଟନ୍ ପ୍ରତ୍ୟେକ, ପ୍ରାକୃତିକ ଗ୍ୟାସ (ଉପଯୋଗ) ୨୮୩୮ ମିଲିୟନ ଘନ ମିଟର, ବକସାଇଟ୍ ୨୩୮୬୦୦୦, କ୍ରୋମାଇଟ୍ ୩୭୨୦୦୦, କପର ସାନ୍ଦ୍ର ୯୦୦୦, ସୀସା ସାନ୍ଦ୍ର ୩୩୦୦୦, ମାଙ୍ଗାନିଜ ଓର ୩୨୯୦୦୦, ଜିଙ୍କ ସାନ୍ଦ୍ର ୧୩୩୦୦୦, ଫସଫୋରାଇଟ୍ ୧୪୦୦୦୦ ଏବଂ ମାଗ୍ନେସାଇଟ୍ ୧୧୦୦୦ ଟନ୍ ପ୍ରତ୍ୟେକ ଏବଂ ସୁନା ୯୭ କିଲୋ।

ମେ ୨୦୨୨ତୁଳନାରେ ମେ, ୨୦୨୩ ସମୟରେ ସକାରାତ୍ମକ ବୃଦ୍ଧି ଦେଖାଇଥିବା ଗୁରୁତ୍ବପୂର୍ଣ୍ଣ ଖଣିଜରେ ସାମିଲ୍ ରହିଛି : ମାଙ୍ଗାନିଜ ଓର (୪୦.୪ ପ୍ରତିଶତ), ମାଗ୍ନେସାଇଟ୍ (୨୮.୨ ପ୍ରତିଶତ), ତମ୍ବା ସାନ୍ଦ୍ର (୨୪.୪ ପ୍ରତିଶତ), କ୍ରୋମାଇଟ୍ (୧୬.୩ ପ୍ରତିଶତ), ଲୌହ ଓର୍ (୧୩.୬ ପ୍ରତିଶତ), ଚୂନ ପଥର (୧୦.୧ ପ୍ରତିଶତ), ସୀମା ସାନ୍ଦ୍ର (୯.୭ ପ୍ରତିଶତ), କୋଇଲା (୭ ପ୍ରତିଶତ), ବକ୍ସାଇଟ୍ (୪.୮ ପ୍ରତିଶତ) ଏବଂ ଜିଙ୍କ ସାନ୍ଦ୍ର (୨.୯ ପ୍ରତିଶତ)। ଏହି ସମୟରେ ନକାରାତ୍ମକ ବୃଦ୍ଧି ଦର୍ଶାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥରେ ସାମିଲ୍ ରହିଛି : ପ୍ରାକୃତିକ ଗ୍ୟାସ (ୟୁ) (୦.୩ ପ୍ରତିଶତ), ପେଟ୍ରୋଲିୟମ (କଞ୍ଚା) (-୧.୯ ପ୍ରତିଶତ), ଫସଫୋରାଇଟ୍ (-୬.୩ ପ୍ରତିଶତ) ଏବଂ ଲିଗ୍ନାଇଟ୍ (-1୭.୭ ପ୍ରତିଶତ)

Leave a Reply

Your email address will not be published. Required fields are marked *