ଉତ୍ତର କୋରିଆର ଯୁଦ୍ଧଜାହାଜ ଉଦଘାଟନ ସମୟରେ ଦୁର୍ଘଟଣା: କିମ୍ ଜୋଙ୍ଗ୍ ଅନ୍ କହିଲେ “ଅପରାଧିକ କାର୍ଯ୍ୟ”

ଉଦଘାଟନ ବେଳେ ଓଲଟିଲା ଯୁଦ୍ଧପୋତ – ମୃତ୍ୟୁ ଦଣ୍ଡ ଦେଇପାରନ୍ତି କିମ୍!


ଉତ୍ତର କୋରିଆର ନୂତନ ଯୁଦ୍ଧଜାହାଜ ଚୋଏ ହ୍ୟୋନ୍-ଶ୍ରେଣୀର ୫,୦୦୦ ଟନ ଓଜନ ଥିବା ଏକ ବୃହତ୍ତମ ନୌସେନା ଜାହାଜ ଚୋଙ୍ଗାଜିନ୍ ସିପ୍ୟାଡରେ ଉଦଘାଟନ ସମୟରେ ଓଲଟିଯାଇଛି। ଏହି ଦୁର୍ଘଟଣାରେ ଜାହାଜର ପଛଅଂଶରେ ପାଣି ପଶିଯାଇଥିଲା। ଏହି ଘଟଣା ସମୟରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଅନ୍ ଉପସ୍ଥିତ ଥିଲେ ଓ ସେ ଏହାକୁ ଏକ “ଅପରାଧିକ ଅବହେଳା” ଓ “ଦାୟିତ୍ୱହୀନତା” ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହି ଦୁର୍ଘଟନାକୁ ନେଇ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ଉତ୍ତର କୋରିଆ ପକ୍ଷରୁ ତାଙ୍କର ନୌସେନା କ୍ଷମତା ବୃଦ୍ଧି ପ୍ରୟାସକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକୂଳ ପ୍ରଭାବ ଦେଖାଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି ଧରଣର ଘଟଣା ନା କେବଳ ରାଷ୍ଟ୍ରୀୟ ଗରିମାକୁ କ୍ଷତି ପହଞ୍ଚାଏନା, ବରଂ ଏହାର ଦୀର୍ଘସ୍ଥାୟୀ ନକରାତ୍ମକ ପ୍ରଭାବ ରହେ। କିମ୍ ଏଭଳି ଅବହେଳା ଲାଗି ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡ଼ା ଦଣ୍ଡବିଧାନ ହେବ ବୋଲି ଘୋଷଣା କରିଛନ୍ତି। ଚର୍ଚ୍ଚା ହେଉଛି ଯେହେତୁ ରାଷ୍ଟ୍ରୀୟ ଗରିମାର କଥା। ବୋଧହୁଏ ଦୋଷୀ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ। କାରଣ ଉତ୍ତରକୋରିଆର ଇତିହାସରେ ଏଭଳି କୃର ଦଣ୍ଡବିଧାନ ରହିଛି। ୨୦୧୫ରେ ରକ୍ଷାମନ୍ତ୍ରୀ ହ୍ୟୋନ ୟୋଙ୍ଗ ଚୋଲଙ୍କୁ ତୋପରେ ଉଡ଼ାଇ ଦିଆଯାଇଥିଲା। ୨୦୨୪ରେ ବନ୍ୟା ନିୟନ୍ତ୍ରଣରେ ବିଫଳତା ଲାଗି ୩୦ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଥର ଏତେ ବଡ଼ ତୃଟି ଲାଗି ଅଧିକାରୀଙ୍କ ମୁଣ୍ଡରେ ମୃତ୍ୟୁଦଣ୍ଡର ତଲଓ୍ୱାର ଝୁଲୁଛି। ଜଳଅବତରଣ ବେଳେ ଯୁଦ୍ଧପୋତ ଓଲଟିବାକୁ ନେଇ କିମ୍ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *