ଆସନ୍ତାକାଲି ଠାରୁ ମାଟ୍ରିକ ପରୀକ୍ଷା

Spread the love

ଆସନ୍ତାକାଲି ଠାରୁ ମାଟ୍ରିକ ପରୀକ୍ଷା । ବର୍ଷ ତମାମ ପାଠପଢ଼ା ର ନିର୍ଯ୍ୟାସ ପରୀକ୍ଷା ଖାତାରେ ପରିପ୍ରକାଶ କରିବେ  ଛାତ୍ରଛାତ୍ରୀ । ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅଫଲାଇନ ରେ ସମ୍ମିଟିଭ -ଟୁ ପରୀକ୍ଷା । ଏହାଛଡା ଷ୍ଟେଟ ଓପନ୍ ସ୍କୁଲ ଏବଂ ମଧ୍ୟମା ପରୀକ୍ଷାର୍ଥୀ ମଧ୍ୟ ଓହ୍ଲାଇବେ  ପରୀକ୍ଷା ମୈଦାନକୁ । ସେଥିପାଇଁ ସ୍କୁଲର ପରିସରରେ ଥିବା ପରୀକ୍ଷା ହଲ ଗୁଡିକୁ କରୋନା ଗାଇଡ଼ ଲାଇନ ଅନୁଯାଇ ସାନିଟାଇଜ କରାଯାଇଛି । ପରୀକ୍ଷାର୍ଥୀ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବେଞ୍ଚ ଟେବୁଲ ମଧ୍ୟରେ ଦୂରତା ମଧ୍ୟ ରଖାଯାଇଛି । ଆସନ୍ତା କାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କୋଶ୍ଚିନ ପତ୍ର ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି l ପରୀକ୍ଷା ପୂର୍ବରୁ  ପରୀକ୍ଷାର୍ଥୀଙ୍କୁ ଜଣଙ୍କ ପରେ ଜଣେ ହାତ ସାନିଟାଇଜ କରି ତଥା ଥର୍ମାଲ ସ୍କ୍ରିନଙ୍ଗ ପରେ ପରୀକ୍ଷା ହଲ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ପ୍ରଥମ ଦିନ ସକାଳ ୭ ଟାରେ ପରୀକ୍ଷାର୍ଥୀଙ୍କୁ  ହଲ ଭିତରକୁ ପ୍ରଵେଶ କରିବାକୁ ଅନୁମତି ଦିଆଯିବ । ଅନ୍ୟ ଦିନ ମାନଙ୍କରେ ପରୀକ୍ଷାର୍ଥୀ ୭ ଟା ୨୦ ରେ ପ୍ରବେଶ କରିପାରିବେ । ହଲ ଭିତରକୁ ଗଲାବେଳେ ସାଙ୍ଗରେ କେବଳ ଆଡ଼ମିଟ କାର୍ଡ ଆଉ ପେନ ନେଇ ଯାଇପାରିବେ ଛାତ୍ରଛାତ୍ରୀ ।

ଦୀର୍ଘ ଦୁଇ ବର୍ଷ ପରେ ଅଫ ଲାଇନରେ ପରୀକ୍ଷା ହେବାକୁ ଯାଉଛି । ଯୁକ୍ତଦୁଇ ପରି କୋଭିଡ କଟକଣା ଅନୁସାରେ ମାଟ୍ରିକ ପରୀକ୍ଷା କରାଯିବ l ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ । ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି ପରୀକ୍ଷାକେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି। ସେପଟେ ଅଫ ଲାଇନ ପରିକ୍ଷା ପାଇଁ ସମ୍ପର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ ।

ବିଗତ ଦିନରେ ବହୁ ବିଧି ବ୍ୟବସ୍ଥା କରି ମଧ୍ୟ ପରୀକ୍ଷାରେ ବହୁ ତ୍ରୁଟି ବିଚ୍ୟୁତି ଦେଖାଯାଇଥିଲା । ତେବେ ଚଳିତବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ରେ କେତେ ସଫଳ ହେବ ବୋର୍ଡ଼ ତାହା ଉପରେ ସମସ୍ତଙ୍କ ନଜର ରହିବ ।

Leave a Reply

Your email address will not be published. Required fields are marked *