ନିଟ୍-ୟୁଜି ମାମଲାରେ ତଦନ୍ତ କରିବ ସିବିଆଇ

Spread the love

ଆଜି ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ନିକଟରେ ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ ନିଆଯାଇଛି। ନିଟ୍-ୟୁଜିରେ ଅନିୟମିତତା ଅଭିଯୋଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ପରୀକ୍ଷାର୍ଥୀଙ୍କ ଅସୁବିଧା ପାଇଁ ଶିକ୍ଷା ମନ୍ତ୍ରାଳୟ ଦୁଃଖ ପ୍ର୍ରକାଶ କରିଛି । ଏହି ନିଷ୍ପତି ପରୀକ୍ଷାର୍ଥୀଙ୍କ ହିତ ଏବଂ ପରୀକ୍ଷାରେ ନିରପେକ୍ଷତା ଲାଗି ନିଆଯାଇଥିବା କୁହାଯାଇଛି । ଏନଟିଏ ଦ୍ୱାରା ପରିଚାଳିତ ପ୍ରାୟ ସବୁ ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି । ଯାହା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହାରି ଭିତରେ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି. ଏନଟିଏର ମହାନିର୍ଦ୍ଦେଶକ ପଦରୁ ସୁବୋଧ କୁମାରଙ୍କୁ ହଟାଇଦିଆଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖୋରଲାଙ୍କୁ ନୂଆ ମହାନିର୍ଦ୍ଦେଶକ କରାଯାଇଛି । ପରୀକ୍ଷାରେ ସଂସ୍କାର ଓ ପରିଚାଳନା ପାଇଁ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *