NCERT ଉପରେ ବର୍ଷିଲେ ସୁପ୍ରିମକୋର୍ଟ- ନ୍ୟାୟପାଳିକାକୁ ବଦନାମ କରିବାକୁ ଦିଆଯିବନି

NCERT ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ଅଷ୍ଟମ ବହିରେ ନ୍ୟାୟପାଳିକା ସହ ଜଡ଼ିତ ସାମଗ୍ରୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ।  ବିଚାର ବିଭାଗରେ ଭ୍ରଷ୍ଟାଚାର ବାବଦରେ ବହିରେ ଉଲ୍ଲେଖ ଥିବାରୁ ଉଦବେଗ ଝାଡ଼ିଛନ୍ତି ପ୍ରଧାନ ବିଚାରପତି। ସଂସ୍ଥାକୁ ବଦନାମ କରିବାକୁ ଅନୁମତି ଦେଇପାରିବେନି ବୋଲି କହିଛନ୍ତି। ଅଦାଲତ ସଙ୍କେତ ଦେଇଛନ୍ତି ଯେ, ସ୍ୱତଃ ସଂଜ୍ଞାନ ନେଇ ସେ ଏହା ଉପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଜଷ୍ଟିସ୍ ବାଗଚି କହିଛନ୍ତି, ଏହା ସାମ୍ୱିଧାନିକ ଢାଞ୍ଚାଗତ ବ୍ୟବସ୍ଥାର ବିରୋଧୀ। ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ସମ୍ୱନ୍ଧୀୟ ଅଂଶ ଯୋଡ଼ା ଯାଇଥିଲା। ବରିଷ୍ଠ ଓକିଲ କପିଲ ଶିବଲ ଓ ଅଭିଷେକ ମନୁ ସିଂଘଭି ଏହି ମୁଦ୍ଦାକୁ ଅଦାଲତ ସାମ୍ନାରେ ଉଠାଇଥିଲେ। କହିଥିଲେ, ସ୍କୁଲ ପିଲାଙ୍କୁ ଏଭଳି ଶିକ୍ଷା ଚିନ୍ତାଜନକ ଅଟେ। ଶୁଣାଣୀ ବେଳେ ପ୍ରଧାନ ବିଚାରପତି କହିଛନ୍ତି, ସେ ଏ ବାବଦରେ ଅବଗତ ଅଛନ୍ତି। ତାଙ୍କୁ ଏ ବିଷୟରେ ଲଗାତାର ଫୋନ୍ କଲ୍, ମେସେଜ ଆସୁଛି। ବାର୍ ଓ ବେଞ୍ଚ୍ ଉଭୟ ଏଥିରେ ବ୍ୟଥିତ। ନ୍ୟାୟପାଳିକାକୁ ବଦନାମ କରିବାକୁ ସେ କାହାକୁ ଅନୁମତି ଦେବେନି। ଆଇନ ତା କାମ କରିବ। ଏହା ବୁଝାସୁଝା ଚାଲ୍ ବୋଲି ପ୍ରତୀୟମାନ ହେଉଛି। ସାମାଜିକ ବିଜ୍ଞାନ ବହିରେ ନ୍ୟାୟପାଳିକାର ଭୂମିକା ଶୀର୍ଷକ ଅଧ୍ୟାୟରେ ବିଚାର ବିଭାଗରେ ଦୁର୍ନୀତି ଉପରେ ଏକ ସେକ୍ସନ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *