ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ଏହି ମାମଲାର ବିଚାର ଚାଲିଥିଲା ଏବଂ ବିଚାର ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ପୂର୍ବରୁ ଏହି ମାମଲାର ବିଚାର କରି ଜଣିକିଆ ଖଣ୍ଡପୀଠରେ ଯେଉଁ ଶୁଣାଣୀ ହୋଇଥିଲା ତାକୁ ଚ୍ୟାଲେଞ୍ଜ କରି ପୁନଃ ବିଚାର କରିବାକୁ ଅପିଲ କରିଥିଲେ ପରୀକ୍ଷାର୍ଥୀ । ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜିଲ୍ଲାୱାରି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ହୋଇଥିଲା। ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ମେରିଟ ଲିଷ୍ଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *