ଜେଇଇ ଆଡଭାନ୍ସଡ ୨୦୨୪ର ପରୀକ୍ଷା ଫଳ ପ୍ରକାଶ

Spread the love

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ପକ୍ଷରୁ ଜେଇଇ ଆଡଭାନ୍ସଡ ୨୦୨୪ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ବେବସାଇଟ jeeadv.ac.in ଲଗ ଇନ କରି ନିଜର ପରୀକ୍ଷାଫଳ ଯାଞ୍ଚ କରିପାରିବେ। ୩୬୦ରୁ ୩୫୫ ମାର୍କ ରଖି ଅଲ ଇଣ୍ଡିଆରେ ଟପ୍ପର ହୋଇଛନ୍ତି ଦିଲ୍ଲୀ ଆଇଆଇଟି ଜୋନ୍‌ର ବେଦ ଲୋହିତ। ସେହିପରି ୩୬୦ ରୁ ୩୩୨ ମାର୍କ ରଖି ବାଳିକାମାନଙ୍କ ମଧ୍ୟରେ ଦ୍ୱିଜା ଧର୍ମେଶକୁମାର ପଟେଲ ଶୀର୍ଷରେ ରହିଛନ୍ତି। ମୋଟ ୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *