ଜୟପୁର କଲେଜ ଅଫ ଫାର୍ମାସୀକୁ ‘ବି’ ମାନ୍ୟତା

Spread the love

ଜୟପୁର : ଜୟପୁର କଲେଜ ଅଫ ଫାର୍ମାସୀ ରାଷ୍ଟ୍ରୀୟ ମୁଲ୍ୟାୟନ ଏବଂ ପ୍ରତ୍ୟାୟନ ପରିଷଦ ନାକ ଦ୍ୱାରା ‘ବି’ ମାନ୍ୟତା ପାଇଛି । ଏହି  କଲେଜ ଦକ୍ଷିଣ ଓଡିଶାର ଅବିଭକ୍ତ କୋରାପୁଟ ଜିଲାର ପ୍ରଥମ କରି ଗଢି ଉଠିଥିବା ବୈଷୟିକ ଓ ଭେଷଜ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା କେନ୍ଦ୍ର । ଏହା ଗତ ୨୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଅବିଭକ୍ତ କେବିକେ ଜିଲ୍ଲା ସହ ସାରା ଓଡିଶାର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭେଷଜ ବିଜ୍ଞାନ ଶିକ୍ଷା ପ୍ରଦାନ କରି ଆସୁଛି । ଏହି ଶିକ୍ଷାନୁଷ୍ଠାନରେ ଡି ଫାର୍ମା, ବି ଫାର୍ମା, ଏବଂ ଏମ ଫାର୍ମା ଶିକ୍ଷା ପ୍ରଦାନ କରାଯାଉଛି । ଶିକ୍ଷାନୁଷ୍ଠାନରେ ୫ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବର୍ତ୍ତମାନ ଅଧୟନରତ ଅଛନ୍ତି । ଶିକ୍ଷାନୁଷ୍ଠାନରେ ଉନ୍ନତ ମାନସ ଶ୍ରେଣି ଗୃହ, ପରୀକ୍ଷା ଗାର ଓ ଗବେଷଣାଗାର, ରହିଛି । ଏହି ଶିକ୍ଷାନୁଷ୍ଠାନ ଆଦିବାସୀ ଅଧ୍ୟୁଷୀତ କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ତଥାପି ଶିକ୍ଷା କ୍ଷେତ୍ର ରେ ଜାତୀୟ ସ୍ତରରେ ମାନ୍ୟତା ହାସଲ କରିପାରିଛି । ଏହି କୃତିତ୍ୱ ପାଇ କଲେଜର ଅଧ୍ୟାପକ ପୃଥିରାଜ ମହାପାତ୍ର, କଲେଜରର ପରିଚାଳନୀ କମିଟି, ସମସ୍ତ କର୍ମଚାରି ଛାତ୍ର ଛାତ୍ରୀ ଅବିଭାବକ ଧନ୍ୟବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *