ଓଡ଼ିଶାପାଣିପାଗ ଓ ପରିବେଶଭୁବନେଶ୍ୱରଶିକ୍ଷା/ଗବେଷଣା

ଏବର୍ଷ ଆଗୁଆ ଖରାଛୁଟି

ଭୁବନେଶ୍ୱର: ରାଜ୍ୟର ଅଧିକାଶଂ ସହରେରେ ପ୍ରଚଣ୍ଡ ତାତି । ଖରାର ପ୍ରଭାବକୁ ଦେଖି ରାଜ୍ୟ ସରକାର  ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି  । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ସହ ଅଧିକାଂଶ ସହରରେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ତେଣୁ ସାଧରଣ ଖରାଛୁଟି ମେ ମାସରେ ଆରମ୍ଭ ହେଉଥିବା ବେଳେ ଏବର୍ଷ ଏହା ଏପ୍ରିଲ ମାସ ରୁ ଘୋଷଣା କରାଯାଇଛି ।  

ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀସମିର ଦାଶ କହିଛନ୍ତି, ପ୍ରଚଣ୍ଡ ଖରାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଏବର୍ଷ ଆଗୁଆ ଛୁଟି ଘୋଷଣା କରଛନ୍ତି । ଯାହା  ଜୁନ 16 ପର୍ଯ୍ୟନ୍ତ ବଳବତ୍ତର ରହିବ  । ଯଦି ଆବଶ୍ୟକ ପଡେ ପରେ ନିଷ୍ପତ୍ତିନେଇ ପରିବର୍ତ୍ତନ କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି ଆସନ୍ତା କାଲି ସ୍କୁଲ ମାନଙ୍କରେ ଅଭିଭାବକ ଏବଂ ଟିଚର ମାନଙ୍କ ମିଟିଙ୍ଗ ରହିବ । ଯେଉଁଥିରେ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଆଣିବେନାହିଁ

ସୂଚନାଯୋଗ୍ୟ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ 12ରୁ 17 ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ । ପରେ ଛୁଟି ପୁଣି 18 19 ଘୁଞ୍ଚିଥିଲା  । ତେବେ ଖରାର ପ୍ରଭାବ ଦିନକୁ ଦିନ ଅଧିକ ହେବାରୁ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ଖରାର ପ୍ରଭାବରେ ସକାଳ 8ଟା ପରଠାରୁ ଘରୁ ବାହାରି ହେଉନଥିବା ବେଳେ । ଦିନ 11 ପରଠାରୁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହୁଛି ।

Leave a Reply

Your email address will not be published.

Back to top button