ନିଟ୍ ବିବାଦ: ଏସ୍.ଏଫ୍.ଆଇ ପକ୍ଷରୁ ରାଜଭବନ ଆଗରେ ଧାରଣା

Spread the love

ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍) ଉଚ୍ଛେଦ ଓ ନିଟ୍ ପରୀକ୍ଷା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ଏସ୍.ଏଫ୍.ଆଇ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ କଲେଜର ନାମ ଲେଖା ପାଇଁ ସର୍ବପରି ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇ ରହୁ ବୋଲି ଏସ୍.ଏଫ୍.ଆଇ ଦାବି କରିଛି। ବିଭିନ୍ନ ଜିଲ୍ଲାରୁ ଶହେ ଜଣ ପ୍ରତିନିଧି ଧାରଣାରେ ଉପସ୍ଥିତ ଥିଲେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପରୀକ୍ଷାରେ ଦୁର୍ନୀତି ଯୋଗୁ ହଜାର ହଜାର ମେଧାବି ଛାତ୍ର ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ନିଟ୍-ୟୁଜି ପରୀକ୍ଷା ବାତିଲ ଯୋଗୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଯାଇଛି। ଉଚ୍ଚ ଶିକ୍ଷା ବିଶେଷକରି ଶିକ୍ଷା ବେପାରୀଙ୍କ ନିୟନ୍ତ୍ରଣ ଭିତରକୁ ଚାଲିଯାଉଛି। ଏହା ନିୟନ୍ତ୍ରଣ ପାଇଁ ଆଇନ ଆସିବା ଦରକାର।

Leave a Reply

Your email address will not be published. Required fields are marked *