ଜେଇଇ ମେନ୍ ରେ ଜାଆଁଳା ଭାଇଙ୍କ କମାଲ୍- ରଖିଲେ ସମାନ ସ୍କୋର

ଜେଇଇରେ ଜାଆଁଳା ଭାଇ କଲେ କମାଲ୍। ଉଭୟ ରାଜସ୍ଥାନର କୋଟାରେ କୋଚିଂ ନେଉଥିଲେ। ଘର ଭୁବନେଶ୍ୱରରେ। ଦୁଇ ଭାଇଙ୍କ ନାଁ ହେଲା ମାହାରୁଫ ଅହମ୍ମଦ ଖାନ ଓ ମାସରୁର ଅହମ୍ମଦ ଖାନ। ଏକା ସାଙ୍ଗରେ ପଢ଼ୁଥିଲେ। ଗୋଟିଏ ଷ୍ଟଡି ଟେବୁଲରେ ବସୁଥିଲେ। ଅନେକ ପରୀକ୍ଷାରେ ସମାନ ସ୍କୋର ଆଣୁଥିଲେ ଏହି ଦୁଇ ଭାଇ। ଆଉ ଜେଇଇ ମେନ୍ ପରୀକ୍ଷାରେ ଉଭୟ ସମାନ ସ୍କୋର ଆଣିଛନ୍ତି। ୩ଶହ ନମ୍ୱରରୁ ଉଭୟ ୨୮୫ ନମ୍ୱର ଆଣିଛନ୍ତି। ଦଶମ ଶ୍ରେଣୀରୁ କୋଟାରେ ପଢ଼ୁଥିଲେ। ଗଲା କାଲି ନାସନାଲ ଟେଷ୍ଟିଂ ଏଜେନ୍ସି ପରୀକ୍ଷାରେ ସମାନ ନମ୍ୱର ଆଣି ଉଭୟ ଭାଇ ଚର୍ଚ୍ଚାରେ। ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟରେ ଉଭୟଙ୍କ ସମାନ ସିଡ୍ୟୁଲ ଥିଲା। ସେମାନଙ୍କ ପାଠ ପଢ଼ାରେ ଫୁଲ୍ ଟାଇମ୍ ଦେବାକୁ ତାଙ୍କ ମାଆ ଚାକିରୀ ଛାଡ଼ିଦେଇଥିଲେ। ଉଭୟ ଏବେ ଜେଇଇ ଆଡ଼ଭାନ୍ସ ଓ ବମ୍ୱେରେ ଆଇଆଇଟି କମ୍ପ୍ୟୁଟର ବିଜ୍ଞାନ ପଢ଼ିବାକୁ ଟାର୍ଗେଟ ରଖିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *