() ଏସଏସ ରାଜାମୌଲିଙ୍କ ଆରଆରଆର ଫିଲ୍ମର ଜୟ ଯାତ୍ରା ଜାରି। ବିଶ୍ବ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ଆୱାର୍ଡ ଓସ୍କାରକୁ ନିଜ ନାମରେ କରିନେଇଛି ଆରଆରଆର। ଫିଲ୍ମର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନ ଆୱାର୍ଡ ମିଳିବା ପରେ ଆରଆରଆର ଟିମ ସହ ସାରା ଦେଶରେ ଉତ୍ସାହ। ତେବେ ଏହି ଦକ୍ଷିଣୀ ଫିଲ୍ମ ଓସ୍କାର ବ୍ୟତୀତ ବହୁ ସମ୍ମାନଜନକ ଆୱାର୍ଡରେ ହୋଇଛି ସମ୍ମାନିତ।
ଆରଆରଆରର ଜୟ ଯାତ୍ରା ଅବ୍ୟାହତ। ଅରିଜିନ ଗୀତ ଶୃଙ୍ଖଳରେ ଫିଲ୍ମର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ଆୱାର୍ଡ। ଏହି ହାଇ ଅକ୍ଟେନ ଆକ୍ସନ ଡ୍ରାମା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସାଉଁଟୁଛି ପ୍ରଶଂସା। ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବାରେ ସାମର୍ଥ୍ୟ ରଖିଥିବା ରାମଚରଣ ଓ ଜୁନିଆର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମକୁ ମିଳିଛି ବହୁ ପୁରସ୍କାର, ଯାହା ଅନ୍ୟ କୌଣସି ଭାରତୀୟ ଫିଲ୍ମ କ୍ଷେତ୍ରରେ ମିଳିନଥିଲା ଦେଖିବାକୁ। ଓସ୍କାର ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ନାଟୁ ନାଟୁ ଗୀତକୁ ମିଳିଥିଲା ଗୋଲ୍ଡେନ ଗ୍ଲୋଭ୍ସ ଆୱାର୍ଡ । ଏତିକି ନୁହେଁ ୨୮ତମ କ୍ରିଟିକ୍ସ ଚଏସ ମୁଭି ପୁରସ୍କାରରେ ଦୁଇଟି ପୁରସ୍କାର ହାତେଇ ବାରେ ସକ୍ଷମ ହୋଇଥିଲା ଏହି ଦକ୍ଷିଣୀ ମୁଭି। ଗୋଟିଏ ଥିଲା ବେଷ୍ଟ ଫରେନ୍ ଲାଙ୍ଗୁଏଜ ମୁଭି ଓ ଅନ୍ୟଟି ବେଷ୍ଟ ସଂଗ । ସେହିପରି ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଶ୍ରେଣୀରେ ସେଟର୍ନ ପୁରସ୍କାର ୨୦୨୨, ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନ୍ୟୁୟର୍କ କ୍ରିଟିକ୍ସ ସର୍କଲ ଆୱାର୍ଡସ୍ ୨୦୨୨ ହାସଲ ହୋଇଥିଲା।ସେହିପରି ବେଷ୍ଟ ଅରିଜିନ ସଂଗ, ବେଷ୍ଟ ଷ୍ଟଣ୍ଟ, ବେଷ୍ଟ ଆକ୍ସନ ଫିଲ୍ମ ଓ ବେଷ୍ଟ ଇଣ୍ଟରନାସନାଲ ଫିଲ୍ମ ଶ୍ରେଣୀରେ ହଲିଉଡ କ୍ରିଟିକ୍ସ ଆସୋସିଏସନ ଆୱାର୍ଡ ୨୦୨୨ ହାସଲ କରିଥିଲା ଆରଆରଆର। ଏଥିସହ ଚଳିତ ବର୍ଷର ୧୦ ସର୍ବୋତ୍କୃଷ୍ଟ ଫିଲ୍ମ ମଧ୍ୟରେ ନାସନାଲ ବୋର୍ଡ ଅଫ ରିଭିଉ ଆୱାର୍ଡ ୨୦୨୨ ମିଳିଥିଲା। ବେଷ୍ଟ ନନ୍ ଇଂଲିସ ଭାଷା ଫିଲ୍ମରେ ଆଲିଆନ୍ସ ଅଫ ଓମେ ଫିଲ୍ମ ଜର୍ନାଲିଷ୍ଟସ୍ ଆୱାର୍ଡସ ୨୦୨୨, ନାଟୁ ନାଟୁକୁ ଏଲଏ ଫିଲ୍ମ କ୍ରିଟିକ୍ସ ଆସୋସିଏସନ ଆୱାର୍ଡସ୍ ୨୦୨୨ ହାତେଇଛି ଫିଲ୍ମ ଆରଆରଆର। ଖାଲି ସେତିକିରେ ସରିନି ଆରଆରଆରର ପୁରସ୍କାର ବିଜୟ ଅଭିଯାନ। ସର୍ବୋତ୍କୃଷ୍ଟ ବିଦେଶୀ ଭାଷା ଫିଲ୍ମ, ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ସାଉଣ୍ଡ ଟ୍ରାକ୍ ଶୃଙ୍ଖଳରେ ଫିଲାଡେଲଫିଆ ଫିଲ୍ମ କ୍ରିଟିକ୍ସ ସର୍କଲ ଆୱାର୍ଡସ୍ ୨୦୨୨ ମିଳିଥିଲା ଟଲିଉଡର ଏହି ମୁଭିକୁ । ଆରଆରଆର ନିର୍ଦ୍ଦେଶକଙ୍କୁ ବେଷ୍ଟ ଡିରେକ୍ଟର ପୁରସ୍କାର ମିଳିଥିଲା ୮୮ ତମ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଫିଲ୍ମ ଆୱାର୍ଡ। ସେହିପରି ଜର୍ଜିଆ ଫିଲ୍ମ କ୍ରିଟିକ୍ସ ଆସୋସିଏସନ ଆୱାର୍ଡ, ସାଉଥ ଇଷ୍ଟର୍ନ ଫିଲ୍ମ କ୍ରିଟିକ୍ସ ଆସୋସିଏସନ ଆୱାର୍ଡ, ବୋଷ୍ଟନ ସୋସାଇଟି ଅଫ ଫିଲ୍ମ କ୍ରିଟିକ୍ସ ଆୱାର୍ଡସ ୨୦୨୨, ୨୦୨୨ ଅଷ୍ଟିନ ଫିଲ୍ମ କ୍ରିଟିକ୍ସ ଆସୋସିଏସନ ଆୱାର୍ଡସ, ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଆୱାର୍ଡସ ୨୦୨୨ ପରି ପୁରସ୍କାରକୁ ନିଜ ନାମରେ କରିଛି ଆରଆରଆର।
ଗୋଟିଏ ହିନ୍ଦୁସ୍ଥାନୀ ଫିଲ୍ମକୁ ଏତେ ସବୁ ସଫଳତା ପୁଣି ବିଦେଶରୁ ମିଳିବା ବାସ୍ତବରେ ଏକ ଇତିହାସ। ଆରଆରଆରର ଏହି ସଫଳତା ଆଣି ଦେଇଛି ସମସ୍ତ ଭାରତୀୟଙ୍କୁ ଗୌରବ। କୌଣସି କ୍ଷେତ୍ରରେ ଭାରତୀୟ ଫିଲ୍ମ ବିଦେଶୀ ଫିଲ୍ମ ତୁଳନାରେ କମ ନୁହେଁ, ଏହା ପ୍ରମାଣିତ କରିଛି ଆରଆରଆର।
ଶିଳାସ୍ମିତା ରାୟ
Naxatra News is now on Whatsapp
Join and get latest news update delivered to you via whatsapp
Join Now