ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା କଲେ ସୁଇସାଇଡ୍! ବାନ୍ଦ୍ରାସ୍ଥିତ ଆୟେଶା ମୈନାର ବିଲଡିଂର ସାତ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେଲେ ଅନୀଲ ଅରୋରା। ମର୍ଚ୍ଚାଣ୍ଟ ନ୍ୟାଭିରେ କାମ କରୁଥିଲେ ଅନୀଲ। ପୁଲିସର ପ୍ରାଥମିକ ତଦନ୍ତରୁ କୌଣସି ସୁଇସାଇଡ୍ ନୋଟ ବି ମିଳିନି। ମୃତ ଶରୀରକୁ ପୋଷ୍ଟମର୍ଟମ ସେଣ୍ଟରକୁ ପଠାଇ ଦିଆଯାଇଛି। ଶବକୁ ବାବା ହସ୍ପିଟାଲରେ ରଖାଯାଇଛି। ବାପାଙ୍କ ବିୟୋଗ ଖବର ବେଳେ ପୁନେରେ ଥିଲେ ମଲାଇକା। ଖବରପାଇ ମୁମ୍ୱାଇ ପହଞ୍ଚିଥିଲେ ମଲ୍ଲାଇକା। କିଏ କହୁଛି ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ଦୁର୍ଘଟଣା। ପୁଲିସ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି। ମଲ୍ଲାଇକାଙ୍କ ମାଆ ପୁଲିସକୁ କହିଛନ୍ତି ଯେ, ସବୁଦିନ ଭଳି ବୁଧବାର ସକାଳେ ବାଲକୋନିରେ ନ୍ୟୁଜ୍ ପେପର୍ ପଢୁଥିଲେ। ଲିଭିଂ ରୁମରେ ଅନୀଲଙ୍କ ଚପଲ ଦେଖିବା ପରେ ବାଲକୋନୀକୁ ଯାଇଥିଲେ। କିନ୍ତୁ ବାଲକୋନୀରେ କେଉଁଠି ବି ସ୍ୱାମୀ ଅନୀଲଙ୍କୁ ଦେଖିବାକୁ ପାଇନଥିଲେ। ତଳେ ଦେଖିବାରୁ ସିକ୍ୟୁରିଟି କର୍ମଚାରୀ ଜୋରରେ ଚିତ୍କାର କରି ସାହାଯ୍ୟ ଲାଗି ଡାକୁଥିଲେ। ଅନୀଲ ଏମିତିରେ ବି କୌଣସି ରୋଗରେ ପଡ଼ିନଥିଲେ। କେବଳ ଆଣ୍ଠୁରେ ଦରଦ ଅନୁଭବ କରୁଥିଲେ। ମର୍ଚ୍ଚାଣ୍ଟ ନାଭିରୁ ଭିଆରଏସ ନେଇଥିଲେ ଅନୀଲ।
Naxatra News is now on Whatsapp
Join and get latest news update delivered to you via whatsapp
Join Now