ରିଲିଜ୍ ହେଲା ଚଳଚ୍ଚିତ୍ର “ଆକେଲି” ର ଦମଦାର ଟ୍ରେଲର

Spread the love

ଅଭିନେତ୍ରୀ ନୁଶରତ ଭାରୁଚାଙ୍କ ଆଗାମୀ ଚଳଚ୍ଚିତ୍ର “ଆକେଲି” କୁ ନେଇ ବର୍ତ୍ତମାନ ମବୁଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ  ଏବଂ ଦର୍ଶକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଟିଜର ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଟ୍ରେଲର ଏବଂ ଫିଲ୍ମ ଦେଖିବାକୁ ଆଗ୍ରହୀ ଥିଲେ । ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ନିର୍ମାତାମାନେ ଏବେ ଏହି ଚଳଚ୍ଚିତ୍ରର ଏକ ଦମଦାର୍ ଟ୍ରେଲର ରିଲିଜ୍ କରିଛନ୍ତି । ଟ୍ରେଲରରେ ନୁସରତ ନିଜ ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଥିବା ନଜର ଆସିଛନ୍ତି ।

ମୁଖ୍ୟ ଭୂମିକାରେ ନୁଶରତଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଯୁଦ୍ଧରେ ଭାଙ୍ଗି ପଡିଥିବା ଇରାକରେ ଜଣେ ଭାରତୀୟ ଝିଅର କାହାଣୀ ଅନୁସରଣ କରିଛି । ଟ୍ରେଲରରେ ଯୁଦ୍ଧ ପରିସ୍ଥିତି ବହୁତ ନିକୁଣ ଭାବେ ଚିତ୍ରିତ ହୋଇଛି । “ଆକେଲି” ଭାରତୀୟ ଝିଅ ଚାକିରି ପାଇଁ ଇରାକ ଯାଇ ସେଠାରେ ଅଟକି ରହିବାର କାହାଣୀ, ଯାହା ପରେ ସେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରେ ।

ଫିଲ୍ମର ଟ୍ରେଲର ବହୁତ ରୋମାଞ୍ଚକର ଅଟେ । ଟ୍ରେଲର ଆରମ୍ଭରେ, ନୁସରତ ବୁର୍ଖା ପିନ୍ଧି ପଳାଇବାକୁ ଚେଷ୍ଟା କରନ୍ତି, କିନ୍ତୁ କିଛି ସଶସ୍ତ୍ର ଲୋକ ତାଙ୍କୁ ଘେରି ରହିଥିବାର ଦେଖାଯାଏ । ଝିଅଟିକୁ ଅନ୍ୟ ଝିଅମାନଙ୍କ ସହିତ ଇରାକରେ ତାଙ୍କ ପରିବାରଠାରୁ ଦୂରରେ ରଖାଯାଇଛି । ତା’ପରେ ଟ୍ରେଲରରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଏକ ଭୟଙ୍କର ଦୃଶ୍ୟ ଦେଖାଯାଇଛି ।

“ଆକେଲି” ମୁଖ୍ୟ ଭୂମିକାରେ ନୁଶରତ ଭାରୁଚା, ନିଶାନ୍ତ ଦହିଆ, ତ୍ସହି ହାଲେଭି ଏବଂ ଆମୀର ବୁତ୍ରସ୍ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ୧୮ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଣୟ ମେଶ୍ରମ ।

Leave a Reply

Your email address will not be published. Required fields are marked *