ଚଳଚ୍ଚିତ୍ର ‘ଗଦର-୨’ର ଆଡଭାନ୍ସ ବୁକିଂ ପାଇଲା ଜବରଦସ୍ତ ରେସ୍ପନ୍ସ୍

Spread the love

ବର୍ତ୍ତମାନ ଫିଲ୍ମ ‘ଗଦର-୨’କୁ ନେଇ ସବୁଆଡେ ଆଲୋଚନା ହେଉଛି । କିଛି ଦିନ ପୂର୍ବରୁ ଏହାର ଏକ ଦମଦାର୍ ଟ୍ରେଲର ରିଲିଜ୍ ହେବା ପରେ ବର୍ତ୍ତମାନ ‘ଗଦର-୨’ ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଦୁଇ ଦଶନ୍ଧି ପୂର୍ବରୁ ସୁପର ହିଟ୍ ହୋଇଥିବା ‘ଗଦର: ଏକ ପ୍ରେମ କଥା’ର ଏହି ସିକ୍ୱାଲ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଦର୍ଶକଙ୍କ ମନରେ ଦୃଢ ପ୍ରତିକ୍ରିୟା ସୃଷ୍ଟି କରୁଛି ।

ରିପୋର୍ଟ ଅନୁଯାୟୀ, ମୋଭିମାକ୍ସରେ ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ୧ ହଜାର ୯୮୫ ଟିକେଟ୍ ବିକ୍ରି ହୋଇସାରିଛି । ମିରାଜ ସିନେମାରେ ଏପର୍ଯ୍ୟନ୍ତ ୨  ହଜାର ୫୦୦ ଟିକେଟ୍ ବିକ୍ରି ହୋଇସାରିଛି । ସିନେପୋଲିସ୍ ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ପାଇଁ ୩ ହଜାର ୯୦୦ ଆଡ୍ଭାନ୍ସ ଟିକେଟ୍ ବିକ୍ରି କରିଛି । ପିଭିଆର (PVR) ଏବଂ ଆଇନକ୍ସ (INOX) ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ଅଗ୍ରୀମ ବୁକିଂ ଆରମ୍ଭ କରିନାହାଁନ୍ତି ।

ଫିଲ୍ମର ଆଡଭାନ୍ସ ବୁକିଂ ଦେଖି ନିର୍ଦ୍ଦେଶକ ଅନିଲ ଶର୍ମା ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଜବରଦସ୍ତ ରେସ୍ପନ୍ସ୍ ପାଇଁ ସେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ଗଦର-୨’ ପ୍ରଥମ ଦିନରେ ୨୦ କୋଟିରୁ ଉର୍ଦ୍ଧ ଟଙ୍କା ସଂଗ୍ରହ କରିବାର ସୁଯୋଗ ରହିଛି । ଶାହରୁଖ ଖାନଙ୍କ ‘ପଠାନ’ ପରେ ଏହା ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି ।

‘ଗଦର-୨’ର ପ୍ରମୁଖ ଭୂମିକାରେ ସନି ଦେଓଲ, ଅମିଶା ପଟେଲ, ଉତ୍କଳ ଶର୍ମା, ସିମରତ କୌର, ଲଭ ସିହ୍ନା, ଗୌରବ ଚୋପ୍ରା, ମୀର ସରୱର ପ୍ରମୁଖ ଅଭିନୟ କରିଛନ୍ତି । ରୋହିତ ଚୌଧୁରୀ ଏବଂ ମନୀଷ ୱାଡୱା ‘ଗଦର-୨’ରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *