ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ‘ଓ ଏମ୍ ଜି- ୨’ ର ଟ୍ରେଲର

Spread the love

୨୦୧୨ ରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓହ ମାଇଁ ଗଡ’ ର ସିକ୍ୱେଲ ‘ଓ ଏମ୍ ଜି- ୨’ ଆଜିକାଲି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମଟି ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି ।

ଫିଲ୍ମ ‘ଓଏମ୍ ଜି- ୨’ ର ପୁରା କାହାଣୀ କାନ୍ତି ଶରଣ ମୁଦଗଲଙ୍କ ପରିବାର ଉପରେ ଆଧାରିତ । ୩ ମିନିଟର ଟ୍ରେଲରରେ ଅକ୍ଷୟ କୁମାରଙ୍କ ଶିବ ଅବତାର ଲୋକଙ୍କ ହୃଦୟ ଜିତିଛି । ଟ୍ରେଲରରେ ଦେଖିବାକୁ ମିଳୁଛି ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କାନ୍ତି ଶରଣ ମୁଦଗାଲଙ୍କ ପୁଅକୁ ସ୍କୁଲରୁ ବହିଷ୍କୃତ କରିଦିଆଯାଉଛି। ଏହା ପରେ କାନ୍ତି ଶରଣଙ୍କ ପୁଅ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ।ଏହା ପରେ କାନ୍ତି ଶରଣ ସିଧାସଳଖ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଟ୍ରେଲରରେ ଏକ କୋର୍ଟ ସିନ୍ ବିଶେଷ ଧ୍ୟାନ ଆକର୍ଷଣ କରିଛି । ଏଥିରେ ବିଚାରପତି ପଚାରିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀ କିଏ? ଏହା ପରେ ପଙ୍କଜ ତ୍ରିପାଠୀ (କାନ୍ତି ଶରଣ) ହାତ ଉଠାଇ ଉତ୍ତର ଦେଇଛନ୍ତି ଯେ ଉଭୟ ମୁଁ । ତେବେ କାନ୍ତି ଶରଣ ନ୍ୟାୟ ପାଇବେ କି ନାହିଁ ? ଭଗବାନ ଶିବ ଶଙ୍କରଙ୍କ ଦୂତ ଅକ୍ଷୟ କୁମାର ସେମାନଙ୍କୁ କିପରି ସାହାଯ୍ୟ କରିବେ? ତାହା ଜାଣିବା ପାଇଁ ହେଲେ ସମ୍ପୂର୍ଣ୍ଣ ପିଲ୍ମ ଦେଖିବାକୁ ହେବ । ଟ୍ରେଲରରେ ଏହା କୁହାଯାଇଛି ଯେ ଏହା ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟ ଗୁଡିକରେ ମୁକ୍ତିଲାଭ କରିବ।

ଏହି ସମୟରେ, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଅର୍ଥାତ୍ ସେନ୍ସର ବୋର୍ଡ ‘ଓ ଏମ୍ ଜି- ୨’ କୁ ‘ଏ’ ସାର୍ଟିଫିକେଟ୍ ଦେଇଛି । ଅଗଷ୍ଟ ୧୧ ରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ୟାମି ଗୌତମ, ଗୋବିନ୍ଦ ନାମଦେବ ଏବଂ ବହୂ ଚର୍ଚ୍ଚିତ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକା ତୁଲାଇଥିବା ଲୋକପ୍ରିୟ ଅଭିନେତା ଅରୁଣ ଗୋବିଲ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *